ପ୍ରଦର୍ଶନୀ ପଡିଆ ଜାଗା ପାଇଁ ଦାବିପତ୍ର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମୁଖ୍ୟ ତରଫରୁ ଜିଲ୍ଲାର ସଦର ମହକୁମାରେ ରାଜନୈତିକ ସଭା ସମିତି, ରାଜ୍ୟ ସ୍ତରୀୟ ପୁସ୍ତକ ମେଳା, ପଲ୍ଲିଶ୍ରୀ ମେଳା ନିମିତ୍ତ କୈାଣସି ଠାରେ ଏକ ପ୍ରଶସ୍ତ ପଡିଆ ଜାଗା ନଥିବାରୁ ଏହି କାର୍ଯ୍ୟକ୍ରମ ଗୁଡିକ ବିଭିିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଥାଏ । ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିଚାଳନା ପାଇଁ ସ୍ଥାନର ଅଭାବ ଯୋଗୁ କେନ୍ଦ୍ରାପଡା ପ୍ରଶାସନ ଅସୁବିଧାର ସମ୍ମୁଖୀନ ହେଉଛି । ଏଣୁ ବିକାଶ ସାମୁଖ୍ୟ ତରଫରୁ ତିନିମୁହାଣୀ ଛକ ଠାରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗର ଡିଭିଜନ-୨ ଅଧିନରେ ଥିବା ୨ ଏକର ଜାଗାକୁ ଅଧିଗ୍ରହଣ କରି ସର୍ବ ସାଧାରଣଙ୍କ ହିତ ଦୃଷ୍ଟିରୁ ଏକ ପ୍ରଦର୍ଶନୀ ପଡିଆ ନିର୍ମାଣ କରିବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ଅଧ୍ୟାପକ ଅଜୟ ସାମଲ, ଲକ୍ଷ୍ମୀନାରାୟଣ ସାହୁ, ଦୁର୍ଯେ୍ୟାଧନ ସାହୁ, ରମାନନ୍ଦ ସାହୁ, ରବିନ୍ଦ୍ରନାଥ ରଥ ପ୍ରମୁଖ ଉପସ୍ଥିତ ଥିଲେ ।