ଧମକାଇଲା ପନ୍ନୁ, ବଢ଼ିଲା ସୁରକ୍ଷା
khalistani terrorist
ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଡିଜିପି ସମ୍ମିଳନୀକୁ ନେଇ ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ ଖୋଲା ଧମକ ଦେଇଛି । ଟେମ୍ପଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିବା ସହ ସେ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧିତ କରିଛି ।
ସୂଚନାଯୋଗ୍ୟଯେ, ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଡିଜିପି ସମ୍ମିଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁ ଧମକାଇଛି । ଟେମ୍ପଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିବା ସହ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧିତ କରିଛି । ଡିଜି ସମ୍ମିଳନୀରେ ଏନଆଇଏ, ସିଆରପିଏଫ୍, ବିଏସ୍ଏଫ୍, ଏନଏସଜି, ସିଆଇଏସ୍ଏଫ୍ ଭଳି ୨୦୦ ସୁରକ୍ଷା ଅଧିକାରୀ ସାମିଲ ହେବେ । ହେଲେ ଦେଶର ଏହି ସୁରକ୍ଷା ଅଧିକାରୀଙ୍କୁ ଆତଙ୍କୀ କହିଛି ପନ୍ନୁ । ବଡ କଥା ହେଉଛି, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ । ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ପନ୍ନୁ ଏହି ବୈଠକକୁ ଆତଙ୍କୀ ସମ୍ମିଳନୀ କହିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହେଡ୍ ଅଫ୍ ଟେରର୍ ଅର୍ଗାନାଇଜେସନ୍ ବୋଲି କହିଛି । କେବଳ ସେତିକି ନୁହେଁ ରାଜଧାନୀକୁ ଆସି ପ୍ରତିବାଦ କରିବାକୁ ନିଜ ସମର୍ଥକଙ୍କୁ ଆହ୍ୱାନ ବି ଦେଇଛି । ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ଏହି ଧମକକୁ କମିଶନରେଟ ପୁଲିସ ଗୁରୁତର ସହ ଗ୍ରହଣ କରି ପ୍ରସ୍ତୁତ ରହିଛି ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ।