ସହଦେବଙ୍କୁ ନ୍ୟାୟ ଦେବାକୁ କଲେ ଦାବି: ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ
ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ମାମଲା । ନ୍ୟାୟ ଦାବିରେ ଆଜି ବି ଆନ୍ଦୋଳନରେ ସଫେଇ କର୍ମଚାରୀ । ବିଏମସି ଅଫିସ ଆଗରେ ଭୁବନେଶ୍ୱର ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା । ୩ ଦଫା ଦାବି ନେଇ ଧାରଣା ଦେଲେ ଶତାଧିକ ସଫେଇ କର୍ମଚାରୀ । ଦୁଇ ଦିନ ହେଲାଣି ଭୁବନେଶ୍ୱରରେ ବୁଲିଣି ଝାଡୁ ଓ ଉଠିନି ଅଳିଆ । ହତ୍ୟା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ଅଟଳ ସଫେଇ କର୍ମୀ। ବୁଧବାର ସକାଳୁ ଝିଅକୁ ସ୍କୁଲ ଛାଡି ଫେରିବାବେଳେ ସହଦେବଙ୍କୁ ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା। କେଦାରପଲ୍ଲି ବସ୍ତିରେ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ। ଘଟଣାରେ ୩ ଜଣଙ୍କୁ ଗିରଫ କରି ଗତକାଲି ସିନ୍ ରିକ୍ରିଏସନ୍ କରିଥିଲା କମିସନରେଟ୍ ପୋଲିସ।