KIIT ଘଟଣା : ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନେପାଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଟ୍ ଘଟଣାକୁ ନେଇ ବିଧାନସଭାଠୁ ଆରମ୍ଭ କରି ରାଜ୍ୟ ରାଜନୀତି ସରଗରମ ରହିଛି । ବିବାଦ ଥମୁନଥିବାବେଳେ ଘଟଣା ଦିନକୁ ଦିନ ନୂଆ ନୂଆ ରୋଚକ ମୋଡ ନେବାରେ ଲାଗିଛି ।
ଏହାରି ଭିତରେ ଘଟଣାକୁ ନେଇ ନେପାଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଉନସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସଂଜୀବ ଦାସ ଶର୍ମାଙ୍କ ଆଲୋଚନା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦେଲେ ନ୍ୟାୟ ପ୍ରତିଶ୍ରୁତି । ନେପାଳି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରିବା ନେଇ ମଧ୍ୟ ଅପିଲ କରାଯାଇଛି । ଖୁବଶୀଘ୍ର କିଟରେ ଶାନ୍ତି ଫେରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂର୍ଯ୍ୟବଂଶୀ ସୁରଜଙ୍କ ସହ ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି, ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସକାଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା । ଏହି ତଦନ୍ତରେ ମିଳିଥିବା ତଥ୍ୟର ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଯେଉଁଥିପାଇଁ ଉଚ୍ଚସ୍ତରୀୟ କମଟି ଗଠନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଟ୍ରେ କାହିଁଙ୍କି ସାଇନ୍ ଡାଏନ ଘୋଷଣା କରାଗଲା ଏବଂ ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡାଗଲା? ଏସବୁ ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ମଧ୍ୟ ଜଣାଯାଇ ନାହିଁ ।