ଗୃହରେ ସାମ୍ବାଦିକଙ୍କୁ ମୋବାଇଲ୍ କଟକଣା: ନିଦେ୍ର୍ଦଶ ପ୍ରତିବାଦ ପରେ ପ୍ରତ୍ୟାହାର

 ଭୁବନେଶ୍ୱର: ସକାଳ ୧୦ଟା ୨୦  । ବିଧାନସଭା ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ମିଡ଼ିଆ ଗ୍ୟାଲେରୀକୁ ଯିବାବେଳେ ଅଟକାଇଥିଲେ ସୁରକ୍ଷା କର୍ମୀ  । ସିଧା ସିଧା କହିଥିଲେ ଭିତରକୁ ମୋବାଇଲ ଯାଇପାରିବ ନାହିଁ  । ଧିରେଧିରେ ଜଣଙ୍କ ପରେ ଜଣେ ସାମ୍ବାଦିକ ଗୃହ ଭିତରକୁ ପ୍ରବେଶ କରିବାକୁ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ଅଟକାଇଥିଲେ  । ଯାହାକୁ ନେଇ ବରିଷ୍ଠ ଓ ଯୁବ ସାମ୍ବାଦିକମାନଙ୍କ ମନରେ ଅସନ୍ତୋଷ କୁହୁଳିଥିଲା  । ଡିଜିଟାଲ ଯୁଗରେ ସାମ୍ବାଦିକମାନଙ୍କ ପାଇଁ ମୋବାଇଲ୍ ନିତାନ୍ତ ଅପରିହାର୍ଯ୍ୟ ଥିବାବେଳେ ଏଭଳି ବ୍ୟବସ୍ଥାକୁ ସମସ୍ତେ ପ୍ରତିବାଦ କରିଥିଲେ  । ସାମ୍ବାଦିକମାନେ ଏହାର ପ୍ରତିବାଦରେ ପ୍ରାୟ ଚାରି ଘଣ୍ଟା ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ  । ଶେଷରେ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସାମ୍ବାଦିକମାନଙ୍କ ପ୍ରତିନିଧି ଦଳ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା  । ମୋବାଇଲ୍ କଟକଣା ହଟିବା ପାଇଁ ବାଚସ୍ପତିଙ୍କ ନିଦେ୍ର୍ଦଶ ପରେ ସାମ୍ବାଦିକମାନେ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ ।
ସବୁଦିନ ପରି ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟଦ୍ଭ ୭ ପୃଷ୍ଠାରେ...୨୭ରେ ବିଧାନସଭା...
କରିବା ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ  । ସାମାଜିକ ନ୍ୟାୟ, ଖଣି ଦୁର୍ନୀତି, ଜାତିଗତ ଜନଗଣନା, ମଦର ପ୍ରସାର, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍, କୃଷକମାନଙ୍କ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା  । ସେହିପରି ନାରୀ ନିର୍ଯ୍ୟାତନା ବିରୋଧରେ ଓ ନାରୀ ସଶକ୍ତିକରଣକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ମାର୍ଚ୍ଚ ୨୭ରେ ବିଧାନସଭା ଘେରିବା ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା  । ଆଜିର ଏହି ବୈଠକରେ ବରିଷ୍ଠ ନେତା ଗିରିଧର ଗମାଙ୍ଗୋ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଟିଆ, ତାରା ବାହିନୀପତି, ସବୁ କଂଗ୍ରେସ ବିଧାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ମୁକିମ୍, ବିଶ୍ୱରଞ୍ଜନ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଉଦିତ ନାରାୟଣ ପ୍ରଧାନ, ମୀନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।