ନିର୍ମାଣାଧୀନ କୋଠାରେ ତାଲା

ନୀଳଗିରି : ନୀଳଗିରି ଗୁଣ୍ଡିଚାମନ୍ଦିର ପାର୍ଶ୍ୱରେ ବାଲାଜୀ ହନୁମାନଙ୍କ ମନ୍ଦିରପାର୍ଶ୍ୱରେ ବିଭାଗର ବିନାଅନୁମତିରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତଞ୍ଚକତା କରି ପୁରୁଣାମନ୍ଦିର ଭାଙ୍ଗି ନୂତନମନ୍ଦିର ନିର୍ମାଣ ବାହାନାରେ ଦୁଇମହଲା କୋଠା ନିର୍ମାଣକରି ବ୍ୟବସାୟିକ ଫାଇଦା ନେଉଥିଲେ । ଏନେଇ ଜଗବନ୍ଧୁ ମୁନି ନାମକ ଜୈନିକ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଶେଷରେ ଜୁଲାଇ ୧୪ତାରିଖ ଏହି ଘଟଣାର ରାୟପ୍ରକାଶ ପାଇଛି । 
ଏହି ବେଆଇନ କୋଠାରେ ଥିବା ଦୋକାନ ବନ୍ଦକରି ତାଲା ଝୁଲାଇବା ସହ ଆବଶ୍ୟକ ସ୍ଥଳେ ପୁଲିସ ଫୋର୍ସ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଆସିଛି । ସୂଚନା ଅନୁଯାୟୀ ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ନୀଳଗିରିରେ ଥିବା ବାଲାଜୀ ମଠ ବା ହନୁମାନ ମଠରେ ୨୦୦୪/୦୫ ମହିହାଠାରୁ ଟ୍ରଷ୍ଟବୋର୍ଡ ପୁନଃ କାର୍ଯ୍ୟକ୍ଷମ ହୋଇ ନଥିଲା । କିନ୍ତୁ ପୂର୍ବତନ ମ୍ୟାନେଜିଂ ଟ୍ରଷ୍ଟି ହେମନ୍ତ ସାହୁ ଏହି ଟ୍ରଷ୍ଟବୋର୍ଡର ନୀତି ନିୟମକୁ ଅବମାନନା କରି ବହୁ ତଞ୍ଚକତା କରିଥିବା ନେଇ ପୂର୍ବରୁ ବିଭାଗପକ୍ଷରୁ ତଦନ୍ତ କରିଥିଲା । ବିଭାଗୀୟ ପତ୍ର ସଂଖ୍ୟା ୧୧୭୧ରେ ଉଲ୍ଲେଖ କରାଯାଇଥିଲା ଯେ, ଦେବୋତ୍ତର ବିଭାଗର ବିନା ଅନୁମତିରେ ପ୍ଲଟ ନଂ ୯୫, ଖାତା ନଂ ୧୨୯/୧ ସାନଅତା ମୌଜାରେ ଥିବା ଠାକୁର ସମ୍ପତ୍ତିକୁ ଭଙ୍ଗାଯାଇ ସେଠାରେ ଦୁଇ ମହଲା କୋଠନିର୍ମାଣ କରାଯାଇଛି । ପୁରୁଣା ମନ୍ଦିରକୁ ଭାଙ୍ଗି ନୂତନମନ୍ଦିର କରାଯିବା ସହ ସେଠାକୁ ଠାକୁରଙ୍କୁ ସ୍ଥାନାନ୍ତର କରାଯାଇଛି । ଏପରିକି ବ୍ୟାବସାୟିକ ମନୋବୃଭିରେ ଦୁଇ ମହଲା କୋଠା କରାଯାଇ ଲୋକଙ୍କ ଠାରୁ ବେଆଇନଭାବେ ମୋଟା ଅଙ୍କର ଅର୍ଥ ସଂଗ୍ରହ କରାଯାଇଛି । ଯାହା ଦେବୋତ୍ତର ବିଭାଗର ଅଗୋଚରରେ ହୋଇଛି । ଗୃହ ନିର୍ମାଣରେ ଅନୁମୋଦନ ପତ୍ର, ପ୍ଲାନ ଏଷ୍ଟିମେଣ୍ଟ, ଏମ୍ବି ବହି, ଗୃହ ନିର୍ମାଣରେ ଟ୍ରଷ୍ଟବୋର୍ଡ ପଞ୍ଜିକରଣ କାଗଜପତ୍ର ପ୍ରଭୃତି ଦାଖଲ କରାଯାଇନାହିଁ । ତରବରିଆ ଭାବେ ଏଠାରେ ଗୋଟିଏ ଔଷଧ ଦୋକାନ, ୨ଟି କୋଠରୀରେ ପଥର ବାସନ ଦୋକାନ, ଗୋଟିଏରେ ହାର୍ଡୱାର ଷ୍ଟୋର ଏବଂ ଉପରମହଲା ଓ ତଳମହଲାରେ କେତେ ଜଣ ମୁଷ୍ଟିମେୟ ଲୋକଙ୍କ ନାଁରେ ଚୁକ୍ତିଭିଭିକ କୋଠରୀ ଦାଖଲ କରାଯାଇଛି । ଯାହା ସମ୍ପର୍ଣ୍ଣ ବେଆଇନ ଓ ଏନେଇ ପୂର୍ବତନ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସାହୁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏପରିକି ଏହି ସମ୍ପତ୍ତିରେ ରହିଥିବା ଗୃହକୁ ଅଦରକାରୀ ତଥା ପରିତ୍ୟକ୍ତ ବୋଲି ଦର୍ଶାଇ ୨୦୨୨ ମସିହା ଫେବ୍ରୁଆରୀ ୨୮ରେ ବାଲେଶ୍ୱର ପୂର୍ତ୍ତବିଭାଗର ପତ୍ରସଂଖ୍ୟା ୧୯୮୫ରେ ଖାତା ନଂ ୧୨୯ ବୋଲି ଉଲ୍ଲେଖ କରାଯାଇ ମଠଟି ବିପଦପୂର୍ଣ୍ଣ ଦର୍ଶାଇ ପୂର୍ବ ର୍ନିେଶରେ ଭାଙ୍ଗି ଦିଆଯାଇଥିଲା । ନୀଳଗିରି ପୂର୍ତ୍ତବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ସମ୍ୟରେ ମଠ ସମ୍ପତ୍ତିକୁ ବିପଦପୂର୍ଣ୍ଣ ଦର୍ଶାଯିବା ଓ ନୀଳଗିରି ଏନଏସିର ଜଣେ ପୂର୍ବତନ ଅଧିକାରୀଙ୍କ ସମୟରେ ଏନ୍ଏସିରେ କାଗଜପତ୍ରରେ ତଞ୍ଚକତା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଦୁଇଅଧିକାରୀଙ୍କ ମଧ୍ୟରୁ ଜଣେ ଦି' ମହଲା କୋଠାର ଏକ ଅଂଶରେ ଲୁଗାଦୋକାନ କରିଛନ୍ତି । ସମସ୍ତ ଦସ୍ତାବିଜ ଏବଂ ବିଭାଗୀୟ ତଦନ୍ତ ରିପୋର୍ଟକୁ ଆଧାର କରି ଉଚ୍ଚ ନ୍ୟାୟାଳୟ ଡବ୍ଲୁ୍ୟପିସି ନଂ. ୨୮୪୯୧/୨୪ ମାମଲାର ବିଚାରକରି ରାୟ ପ୍ରକାଶ କରିଛନ୍ତି । ଏନେଇ ୨୪ତାରିଖ ଦେବୋତ୍ତର କମିଶନର ଏବଂ ସହକାରୀ କମିଶନର ଉକ୍ତ ଦୁଇମହଲା କୋଠା ନିକଟରେ ପହଞ୍ଚ ଅନୁଧ୍ୟାନ କରିବାସହ ନୀଳଗିରି ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସହିତ କାର୍ଯ୍ୟାନୁଷ୍ଠନ ନେବାକୁ ନିଦେ୍ର୍ଦଶ ଦେଇଥିବା ସୂଚନା ମିଳିଛି ।ପୁଲିସ ପୋର୍ସ ଧରି ଉକ୍ତ ବେଆଇନ ଦୋକାନଗୁଡ଼ିକୁ ବନ୍ଦ କରାଯାଇ ତାଲା ଝୁଲାଇବାକୁ ବିଚାରପତି କେଆର ମହାପାତ୍ର ଓ ସାବିତ୍ରୀ ରଥ ନିଦେ୍ର୍ଦଶ ଦେଇଛନ୍ତି ।