ପିସ୍ତଲ ଦେଖାଇ ଟଙ୍କା ଲୁଟ, ଅଭିଯୁକ୍ତ ଗିରଫ

ାା ପ୍ରଭାନୁଜ୍ ।ା ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ନେତାଜୀ ଛକରେ ପିସ୍ତଲ ଦେଖାଇ ଟଙ୍କା ଲୁଟ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଦେଶୀ ପିସ୍ତଲ ସହ ଲୁଟ ୧ହଜାର୨୦୦ଟଙ୍କା ଜବତ ହୋଇଛି । ଏନେଇ ବୁର୍ଲା ଥାନାରେ  ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ, ବୁର୍ଲା ସହର ଜନଗହଳିପୂର୍ଣ୍ଣ ନେତାଜୀ ଛକରେ ପିଙ୍କୁ ବନଛୋରକୁ ମହତାବ ନଗର ଅଞ୍ଚଳର ତନ୍ମୟ ବନଛୋର(୨୬) ଏକ ପିସ୍ତଲ ଦେଖାଇ ଟଙ୍କା ଲୁଟ କରିଥିଲେ । ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।