ହସ୍ପିଟାଲରୁ ମୋବାଇଲ ଲୁଟ୍ ବେଳେ ଲୁଟେରାକୁ ଧରିଲେ ଲୋକେ

ହସ୍ପିଟାଲରୁ ମୋବାଇଲ ଲୁଟ୍ ବେଳେ ଲୁଟେରାକୁ ଧରିଲେ ଲୋକେ


 ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଭୋର ସମୟରେ ଜଣେ ରୋଗିଙ୍କ ମୋବାଇଲ ଚୋରି କରି ଫେରାର ବେଳେ ଚୋରକୁ ଧରିଲେ ଲୋକେ । ପରେ ବହେ ଛେଚି କ୍ୟାପିଟାଲ ଥାନାରେ ଜିମା ଦେଲେ । ଏନେଇ ପୁଲିସ ଏକ ୧୮୪ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୪୫୭,୩୮୦ରେ କୋର୍ଟ ଚାଲାଣ କରିଛି । ଗିରଫ ଲୁଟେରା ହେଲା, ନୟାପଲ୍ଲୀ ରେଣ୍ଟାଲ କଲୋନୀ ନକଟ ନାରାୟଣ ବସ୍ତିର ପ୍ରଶାନ୍ତ ନାୟକ ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚିନ୍ମୟ କୁମାର ପୃଷ୍ଟି ହେଉଛନ୍ତି ପୁରୀ ଜିଲ୍ଲା ଇଣ୍ଡିଆନ୍ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚ ମ୍ୟାନେଜର ଭାବେ କାମ କରନ୍ତି । ସେ କ୍ୟାପିଟାଲ ହସ୍ପିଟାଲରେ ନିଜ ମାଆଙ୍କର ଶ୍ୱାସ ଜନିତ ସମସ୍ୟାର ଚିକିତ୍ସା ପାଇଁ ଆସିଥିଲେ । ଅଭିଯୋଗକାରୀ ରାତ୍ର ପ୍ରାୟ ୪.୩୦ ସମୟରେ ନିଜ ମାଆଙ୍କ ପାଖରେ ବିଶ୍ରାମ ନେଉଥିବା ସମୟରେ, ଅଭିଯୁକ୍ତ ପ୍ରଶାନ୍ତ ବେଡ୍ ପାଶ୍ୱର୍ରେ ଥିବା ମୋବାଇଲ ଫୋନକୁ ଚୋରି କରି ନେଇଯିବା ଲାଗି ପ୍ରୟାସ କରୁଥିବା ବେଳେ ଅଭିଯୋଗକାରୀ ଜଣଙ୍କ ତା ହାତକୁ ହଠାତ ଧରି ପକାଇଥିଲେ । ଯାହାଫଳରେ ଫୋନଟି ତଳେ ପଡ଼ିଯାଇଥିଲା । ପରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ପଳାଉଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ପରେ ତାକୁ କ୍ୟାପିଟାଲ ଥାନାରେ ଜିମା ଦେଇଥିଲେ ।