ଛୁରୀ ଲଗାଇ ମହିଳାଙ୍କ ସୁନା ହାର ଲୁଟ୍; ଜଣେ ଗିରଫ
ଭୁବନେଶ୍ୱର, ୭ା୧ : ରେଷ୍ଟୁରାଣ୍ଟରେ ଖାଇବା ସାରି କାରରେ ସ୍ୱାମୀ ସ୍ତ୍ରୀ ଘରକୁ ଫେରୁଥିବା ବେଳେ, ବେକରେ ଛୁରୀ ଲଗାଇ ନେଇଗଲେ ସୁନା ହାର । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରିବା ସହ ତାଠାରୁ ସୁନା ହାର ଓ ଏକ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆସାହିର କେଶବ ଜେନା ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରମାକାନ୍ତ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ଗତ ୫ ତାରିଖ ରାତି ୮ଟା ସମୟରେ ପାତ୍ରପଡ଼ା ଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନ ସାରି କାରରେ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ ଲୁଟେରା ଏକ ବାଇକରେ ଆସି କାରକୁ ଭୁଜାଲି ଦେଖାଇ ଅଟକାଇବା ସହ ମହିଳାଙ୍କ ବେକରୁ ଏକ ୪ ଭରିର ସୁନା ହାରକୁ ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନାଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଥାନାର ଏକ ସ୍ପେଶାଲ ଟିମ ବିଭିନ୍ନ ଅଞ୍ଚଳ ଚଢ଼ାଉ କରି ଘଟଣାର ୨୪ ଘଣ୍ଟା ମଧ୍ୟରେ ଗତକାଲି ଜଣେ ଲୁଟେରାକୁ ଖଣ୍ଡଗିରି ପାହାଡରୁ ଗିରଫ କରାଯାଇଛି । ତଲାସି ବେଳେ, ତାଠାରୁ ଏକ ସିନା ହାର, ଏକ ବାଇକ ଜବତ କରାଯାଇଛି ।