ଡଙ୍କାରୀ କଳାପଥର ଲୁଟ ଘଟଣା... ଜରିମାନାରେ ଫିକ୍ସିଂ ଅଭିଯୋଗ; ପରିବେଶ କ୍ଷତି ଆକଳନରେ ମନମାନ

ାା ପ୍ରଭାନୁ୍ୟଜ ।ା ଯାଜପୁର : ଧର୍ମଶାଳା ତହସିଲ ଡଙ୍କାରୀ ପାହାଡରୁ ବେଆଇନ ଭାବେ ହେଉଥିବା କଳାପଥର ଲୁଟ ନେଇ ହୋଇଥିବା ଜରିମାନାରେ ଫିକ୍ସିଂ କରାଯାଇଛି । ଏଥିନେଇ ଇସ୍ପାତ ଓ ଖଣି ବିଭାଗ ତରଫରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଖବରରୁ ପ୍ରକାଶ ଯେ ଡଙ୍କାରୀରୁ ବେଆଇନ ଖନନ ନେଇ ଖଣି ବିଭାଗ ତରଫରୁ ସଂପୃକ୍ତ ଲିଜଧାରୀଙ୍କୁ ୩ କୋଟି ୮୧ଲକ୍ଷ ୩୯ହଜାର ୭୨୫ଟଙ୍କା ଜରିମାନା ହୋଇଥିଲା । ଏହି ଘଟଣାରେ ପରିବେଶଗତ କ୍ଷତି ଆକଳନରେ ବ୍ୟାପକ ଦୁର୍ନୀତି କରାଯାଇ ମାତ୍ର ମାତ୍ର ୩ କୋଟି ୫୭ ଲକ୍ଷ ୩ ହଜାର ୯୩ ଟଙ୍କା ଜରିମାନା କରାଯାଇଛି । ଏହି ପଥର ଖାଦାନରୁ ପଥର ଚୋରୀ ପାଇଁ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବ୍ୟାପକ କ୍ଷତି ହୋଇଛି । ଏହାର ପ୍ରଭାବରେ ଚାଷଜମି, ଢେଙ୍କାନାଳ ଜିଲା ନିଶ୍ଚନ୍ତା ସଂରକ୍ଷିତ ଜଙ୍ଗଲରୁ ଆସୁଥିବା ବନ୍ୟଜନ୍ତୁଙ୍କ ଉପରେ ବ୍ୟାପକ କୁପ୍ରଭାବ ପଡିଛି । ଏହାକୁ ଆକଳନ କରାନଯାଇ ଏଭଳି ଜରିମାନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କରାଯାଇଛି । ଅପର ପକ୍ଷରେ ଖୋର୍ଦ୍ଦା ଜିଲାଟାଙ୍ଗୀ ତହସିଲ ଅନ୍ତର୍ଗତ ଡମଣଭୂଇଁ ମାଙ୍କଡା ପଥର ଖଣିରୁ ଲିଜଧାରୀ ମାତ୍ରାଧିକ ଖନନ ଓ ପରିବେଶ କ୍ଷତି ପାଇଁ ବିଭାଗ ପକ୍ଷରୁ ଲିଜଧାରୀଙ୍କୁ ୯୮କୋଟି ଟଙ୍କାର ଜରିମାନା ସୁପାରିଶ କରିଛନ୍ତି । ସେଥି ମଧ୍ୟରୁ ମାତ୍ରାଧିକ ଖନନ ପାଇଁ ୨କୋଟି ଟଙ୍କା ଜରିମାନା ପାଇଁ ୯୬ କୋଟି ପରିବେଶଗତ କ୍ଷତି ପାଇଁ ହୋଇଛି । ଖୋର୍ଦ୍ଦାରେ ମାଙ୍କଡା ଉତ୍ତୋଳନ ପାଇଁ ଅନୁମତି ଥାଇ ମାତ୍ରାଧିକ ଖନନ ପାଇଁ ଏହି ଜରିମାନା ହୋଇଛି । ହେଲେ ଯାଜପୁରର ଡଙ୍କାରୀ କ୍ଷେତ୍ରରେ ଆଦୌ ପଥର ଉତୋଳନର ଅନୁମତି ନଥାଇ କଳାପଥର ଚୋରି ନେଇ ଖଣି ବିଭାଗ ତରଫରୁ ୩ କୋଟି ୮୧ ଲକ୍ଷ ୩୯ ହଜାର ଏବଂ ଏବାବଦରେ ପରିବେଶଗତ କ୍ଷତି ପାଇଁ ମାତ୍ର ୩ କୋଟି ୫୭ ଲକ୍ଷ ୩ ହଜାର ଟଙ୍କା ଆଦାୟ ପାଇଁ ସ୍ଥିର ହୋଇଛି । ଖୋର୍ଦ୍ଦାରେ୨କୋଟି ଟଙ୍କାର ଖଣି ବିଭାଗ ଜରିମାନା ପାଇଁ ୯୬କୋଟି ହୋଇଥିବା ବେଳେ ଯାଜପୁରରେ ପ୍ରାୟ ୪କୋଟି ଖଣି ବିଭାଗର ଜରିମାନା ପାଇଁ ମାତ୍ର ୩ କୋଟି ୫୭ ଲକ୍ଷ ଟଙ୍କାର ପରିବେଶଗତ ଜରିମାନା ଅନ୍ତରାଳରେ ବଡ ଧରଣର ଫିକ୍ସିଂ ହୋଇଛି ବୋଲି ବିଷଦଗାର କରିଛନ୍ତି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳ । ସତୀଶ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଇସ୍ପାତ ଓ ଖଣି ବିଭାଗ ତରଫରୁ ନିଦେ୍ର୍ଦଶକ ଲଘୁ ଖଣିଜ ଦ୍ରବ୍ୟ ଏବଂ ଜିଲାପାଳ ଯାଜପୁରଙ୍କୁ ପତ୍ର ନମ୍ବର-୯୫୦୯ ତା୪ା୪ା୨୪ ପ୍ରଦାନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜଙ୍ଗଲ ପରିବେଶ ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ସତୀଶ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ଗତ ମେ ୧୫ ତାରିଖରେ ଯାଜପୁରର ଡଙ୍କାରୀରେ ଏହି ଦୁର୍ଘଟଣା ଘଟିବା ବେଳେ ଶ୍ରମିକଙ୍କ ଶବ ଉପରେ ପ୍ରାୟ ୨ ହଜାର ଟ୍ରିପର କଳାପଥର ଗଦା ହୋଇଥିଲା । ଗୋଟିଏ ରାତିରେ ଗୋଟିଏ ବ୍ଲାଷ୍ଟିଂରେ ଏତେ ପରିମାଣର କଳାପଥର ଲୁଟ ହେଉଥିବା ବେଳେ ମାସ ମାସ ଧରି ଚାଲିଥିବା କଳାପଥର ଲୁଟ ନେଇ ୩ କୋଟି ୮୧ ଲକ୍ଷ ୩୯ ହଜାର ଟଙ୍କା ଜରିମାନା ହେବା କଥା ନୁହେଁ । ଏହା ସନେ୍ଦହ ଜନକ ହେଉଥିବାରୁ ଏଥିନେଇ ଏନଆରଏସସି ହାଇଦ୍ରାବାଦ କିମ୍ବା ଇଶ୍ରୋ ବାଙ୍ଗାଲୋରରୁ ସାଟେଲାଇଟ ସର୍ଭେର ଚିତ୍ର ମଗାଯାଇ ଆକଳନ କରାଯାଉ । ସେହିପରି ଏ କ୍ଷେତ୍ରରେ ମାତ୍ରାଧିକ ଖଣି ଖନନ ଜନିତ ଜରିମାନା କରାଯିବା ସଂପୂର୍ଣ୍ଣ ବେଆଇନ । ଏହା ସଂପୂର୍ଣ୍ଣ ଚୋରି । ଲଘୁ ଖଣିଜ ଦ୍ରବ୍ୟ ଚୋରୀ ପାଇଁ ଚୋରୀ କଳାପଥରର ୧୦୦ ଗୁଣା ଅଧିକ ଜରିମାନା ଏଠାରେ କରାଯାଇ ନାହିଁ । କାରଣ ଏଠାରୁ କୌଣସି ଲିଜଧାରୀଙ୍କୁ କଳାପଥର ଉଠାଇବା ପାଇଁ ଅନୁମତି ଦିଆଯାଇ ନଥିଲା । ସେହିପରି ପରିବେଶଗତ କ୍ଷତି ଆକଳନ ପାଇଁ ସଂପୂର୍ଣ୍ଣ ଚୋରି ଅପରାଧ ଅନୁସାରେ ଜରିମାନା କରାଯିବାକୁ ଉଭୟ ଇସ୍ପାତ ଓ ଖଣି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ ଦାବି କରିଛନ୍ତି ସତୀଶ । ସେ ଅଭିଯୋଗ କରିଛନ୍ତି ଯେ ଗତ ତା୫ା୮ା୨୪ ରିଖରେ ଉଭୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ସଚିବଙ୍କୁ ପ୍ରଦାନ କରିଥିବା ପତ୍ର ମଧ୍ୟରୁ ଜଙ୍ଗଲ ଓ ପରିବେଶ ବିଭାଗ ତରପରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ପତ୍ର ଆଧାରରେ ବିଭାଗୀୟ ସଚିବ ଏହି ଦିନ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଏହି ଆଧାରରେ ଡେପୁଟି ସେକ୍ରେଟାରୀ ରାକେଶ ପ୍ରସାଦ ନାୟକ ବିଭାଗୀୟ ଲଘୁ ଖଣିଜ ଦ୍ରବ୍ୟ ନିଦେ୍ର୍ଦଶକ ଏବଂ ଯାଜପୁର ଜିଲାପାଳଙ୍କୁ ପତ୍ର ନଂ-୬୭୬୨ ତା୮ା୮ା୨୪ ପ୍ରଦାନ କରିଥିଲେ । ପରେ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ତରଫରୁ ଡେପୁଟି ଡାଇରେକ୍ଟର ଯାଜପୁରଙ୍କୁ ଏଥିନେଇ ପତ୍ର ନଂ-୨୦୧୩ ତା୨୨ା୧୦ା୨୪ ପ୍ରଦାନ କରାଗଲା । ଏହି ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ସହ ଏଥିନେଇ ବିଭାଗ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡାଗଲା ନାହିଁ । ସରକାରଙ୍କ ଜରିମାନା ଅର୍ଥ ନେଇ ବିଭାଗର ଆନ୍ତରିକତା ରହୁନାହିଁ । ଫଳରେ ଏହାର ସୁଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଏପ୍ରସଙ୍ଗରେ ଦୁର୍ନୀତି କରିବାରେ ସଫଳ ହେଲେ ବୋଲି ଅଭିଯୋଗ କରିଛନ୍ତି ।