ଯାଜପୁର ରୋଡ଼-ଧାମରା ରେଳପଥ ଲାଗି ଅର୍ଥ ମଞ୍ଜୁର ନକରିବା ଦୁର୍ଭାଗ୍ୟଜନକ
ଯାଜପୁର ଟାଉନ : ଯାଜପୁର ରୋଡ଼-ଧାମରା ରେଳପଥ ଲାଗି ଅର୍ଥ ମଞ୍ଜୁର ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାଜପୁର ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲା ଲାଗି ପ୍ରାୟ ଛଅ ଦଶନ୍ଧିରୁ ଊଦ୍ଧ୍ୱର୍ ହେବ ପ୍ରସ୍ତାବିତ ଯାଜପୁର ରୋଡ଼-ଧାମରା ଭାୟା ଯାଜପୁର ଟାଉନ, ଆରଡ଼ି, ଭିତରକନିକା ପ୍ରକଳ୍ପ ଲାଗି ଚଳିତ ସଂସଦ ଅଧିବେଶନରେ ବି କେନ୍ଦ୍ର ସରକାର ଅର୍ଥ ମଞ୍ଜୁର ନକରିବାରୁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦର ଅଧ୍ୟକ୍ଷ ପ୍ରାକ୍ତନ୍ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଦୃଢ଼ ପ୍ରତିବାଦ କରିଛନ୍ତି ।
ପ୍ରକାଶ ଥାଉ କି, ପୂର୍ବରୁ କୌଣସି ପ୍ରସ୍ତାବ ନଥାଇ ମଧ୍ୟ କେନ୍ଦ୍ର ସରକାର ବଜେଟ୍ ପାସ୍ ହେବା ପୂର୍ବରୁ ଓଡ଼ିଶା ଓ ଓଡ଼ିଶା ବାହାରେ ନୂତନ ରେଳପଥ ମଞ୍ଜୁର ନିମନ୍ତେ ଅର୍ଥ ବ୍ୟୟ ବରାଦ କରୁଥିବାବେଳେ ‘ଯାଜପୁର ରୋଡ଼-ଧାମରା ରେଳପଥ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର କରିବା ପରିବର୍ତ୍ତେ ବିଭିନ୍ନ ଛୋଟଛୋଟ ଆଳ ଦେଖାଇ ରେଳ ବିଭାଗ ଓ ରେଳ ବୋର୍ଡ଼ ନୂଆଦିଲ୍ଲୀରୁ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ବିଭାଗକୁ ଫାଇଲ୍ ଫେରେଇ ଦେବା ଅତ୍ୟନ୍ତ ନୁ୍ୟନ ଚିନ୍ତାଧାରା ବୋଲି ପରିଷଦର ଆବାହକ ସନ୍ତୋଷ କୁମାର ନନ୍ଦ ମତବ୍ୟକ୍ତ କରିଥିଲେ । ବର୍ଷବର୍ଷ ଧରି ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାର ଅନୁ୍ୟନ ଲକ୍ଷଲକ୍ଷ ଲୋକଙ୍କ ବୃହତର ସ୍ୱାର୍ଥକୁ କେନ୍ଦ୍ର ମନ୍ତ୍ରୀ ଅଣଦେଖା କରିବା ଆଦୌ ଗ୍ରହଣୀୟ ଓ ସମୀଚୀନ ନୁହେଁ ବୋଲି ପରିଷଦର ସଂଯୋଜକ ପଦ୍ମାକର ଗୁରୁ ମତପୋଷଣ କରିଥିଲେ । ଏଣୁ ତୁରନ୍ତ ଏହି ରେଳ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର କରାନଗଲେ ପରିଷଦ ପକ୍ଷରୁ ଯାଜପୁର ରୋଡ଼ ରେଳ ଷ୍ଟେସନ, ପୂର୍ବତନ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଓ ସଂସଦ ଭବନ ଆଗରେ ପରିଷଦ ପକ୍ଷରୁ ଧାରଣା ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଖୁଣ୍ଟିଆ ଚେତାବନୀ ଦେଇଛନ୍ତି । ସେହିପରି ଭାବେ ଯାଜପୁର ରୋଡ଼ ଠାରେ ରେଳ ଡିଭିଜନ୍ ପ୍ରତିଷ୍ଠା ଯାଜପୁର ରୋଡ଼ରେ ଷ୍ଟେସନ୍ର ଉଭୟ ପାଶ୍ୱର୍ରେ ରାସ୍ତା ନିର୍ମାଣ, କୋରେଇ ଓ ବୈତରଣୀ ରୋଡ଼ ରେଳ ଷ୍ଟେସନର ଉନ୍ନିକରଣ ଲାଗି ଶ୍ରୀ ଖୁଂଟିିଆ ଦାବୀ କରିଛନ୍ତି ।