୪ମନ୍ଦିରରୁ ଚୋରି

କପ୍ତିପଦା:  କପ୍ତିପଦା ସଦର ପଞ୍ଚାୟତ ୧୦ନଂ ୱାର୍ଡ଼ର ପ୍ରଭୁ ଶ୍ରୀଦଧିବାମନ ଜୀଉ ମନ୍ଦିର ପରିସରରେ ନବନିର୍ମିତ ଲକ୍ଷ୍ମୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ପାର୍ବତୀ ମନ୍ଦିର ଏବଂ ମାଟିଆଳିସାହିରେ ଥିବା ମା’ ଚଣ୍ଡୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତି୍ରରେ ଚୋରି ହୋଇଛି । ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଯେ, ସକାଳ ସମୟରେ ପୂଜକ ଦଧିବାମନ ଜୀଉ ଏବଂ ମା’ ଲକ୍ଷ୍ମୀଙ୍କ ମଙ୍ଗଳ ଆଳତୀ ପାଇଁ ଆସିଥିବା ବେଳେ ମନ୍ଦିର ଗ୍ରୀଲ୍ ଭଙ୍ଗା ହୋଇଥିବାର ଦେଖିବାକୁ ପାଇଥିଲେ । ଏସଂପର୍କରେ ପୂଜକ ମନ୍ଦିର କମିଟିକୁ ଜଣାଇବା ପରେ ପରିଚାଳନା କମିଟିର ସଦସ୍ୟ ଯାଇ ମନ୍ଦିର ଖୋଲି ଦେଖିବାବେଳକୁ ମା’ ଲକ୍ଷ୍ମୀଙ୍କର ରୂପା ମୁକୁଟ, ସୁନା ଚିତା ଏବଂ ହୁଣ୍ଡିରେ ଥିବା ସମସ୍ତ ଟଙ୍କା, ମାଆ ପାର୍ବତୀଙ୍କର ସୁନା ଲକେଟ୍ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ । ସେହିପରି ମାଟିଆଳିସାହିରେ ଥିବା ମା’ ଚଣ୍ଡୀ ମନ୍ଦିରରେ ମା’ଙ୍କ ରୂପା ତି୍ରଶୂଳ ଏବଂ ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଛି । ତେବେ ଏହି ଚୋରି ପଛରେ ସ୍ଥାନୀୟ ଯୁବକଙ୍କ ସହିତ ବଙ୍ଗାଳୀ ଫେରିବାଲାଙ୍କ ହାତ ଥାଇପାରେ ବୋଲି ସନେ୍ଦହ କରାଯାଉଛି ।