ସୁନା ଲୁଟ୍ ମାମଲା ପୁଲିସ ହାତରେ ଲୁଟେରା
ଚମ୍ପୁଆ: ଲୁଟେରା କରିବାକୁ ଆସିଲେ ଆଉ ଲୁଟ୍ ବି କଲେ ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲେ । ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ପଞ୍ଚାୟତର ଉର୍ତୀ ଛକଠାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ଦୋକାନୀ ହିରଣ୍ୟମୟୀ ସାହୁ । ସେଠାରେ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ସୂନା ଓ ରୂପା ଗହଣା ଲୁଟି ନେଇଥିଲେ । ପରେ ଚମ୍ପୁଆ ପୋଲିସ ଏହି ମାମଲାରେ ୭ଜଣକୁ ଗିରଫ କରିବା ସହ ସୁନା ଜବତ କରିବାରେ ସଫଳ ହୋଇଛି । ଗତ ୨୦/୧୧ରିଖରେ ହିରଣ୍ୟ ଦୋକାନ ବନ୍ଦକରି ଘରକୁ ଫେରୁଥିବା ବେଳେ ୨ଟି ବାଇକ୍ରେ ୬ଜଣ ଲୁଟେରା ତାଙ୍କଠାରୁ ସୂନା ଓ ରୂପା ଛଡାଇନେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ହିରଣ୍ୟମୟୀ । ପରେ କେଶ୍ ନଂ ୨୯୬/୨୪ ରଜ୍ଜୁକରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ବ କରିଥିଲା । କେନ୍ଦୁଝର ଏସ୍ପି ନିତିନ କୁଶଲକର ଧାଗୁଢୁଙ୍କ ନିଦେ୍ର୍ଧଶରେ ଚମ୍ପୁଆ ଏସ୍ଡିପିଓ ବିଜୟ ମଲ୍ଲିକ ନେତୃତରେ ଆଇଆଇସି ଦେବକୀ ନାଏକ ସବଇନିସପେକ୍ଟର ବରଦା ପ୍ରଶନ୍ନ ସହୁ ପ୍ରମୁଖ ଏକ ଟିମ ଗଠନ କରି ଚଢ଼ଉ ଆରମ୍ଭ କରିଥିଲେ । ଶେଷରେ ଉତ୍ତରପ୍ରଦେଶରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନେ ହେଲେ ମଝିଗାଁର ଏମଡି ବତାଉଲ, ଦେବାଶିଷ ମାଝି, କୁଶମି ଅଞ୍ଚଳର ବୁଲବୁଲ, ବାଦାମପାହାଡ ଅଞ୍ଚଳର ନିଳକଣ୍ଠ ମୁଣ୍ଡା ଆଦି ହୋଇଥିବା ବେଳେ, ବଣିଆ ସୁମିତ ଶୋନି ଓ ବ୍ୟାଙ୍କ କର୍ମଚାରୀ ଗୁଂଜନ ନନ୍ଦ କଣିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ଝାଡଖଣ୍ଡ ବିଷ୍ଣୁପୁର ଅଞ୍ଚଳରୁ ତରଳା ଯାଇଥିବା ୬୮.୬୧୦ ମି.ଲି ସୁନାକୁ ଜବତ କରିଥିଲେ ।