ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ବିୟୋଗ
କେନ୍ଦୁଝର : ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ବହୁ ବ୍ୟକ୍ତି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସେ କେନ୍ଦୁଝର ସହର ମାଧପୁରର ବାସିନ୍ଦା ହୋଇଥିବାବେଳେ ତାଙ୍କ ବିୟୋଗରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡ ପୁଅ ପ୍ରମୋଥେସ ସିଂହ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଅକସ୍ମାତ ବିୟୋଗରେ କେନ୍ଦୁଝରରେ ଶୋକର ଛାୟା ଖେଳିଯାଇଛି । ପ୍ରସନ୍ନ କୁମାର ସିଂହ ୧୯୭୫ ମସିହାରେ ଓଏଏସ୍ ପାଇବା ପରେ ଆନନ୍ଦପୁର ଉପ ଜିଲ୍ଲାପାଳ, ସୁନ୍ଦରଗଡ ପିଏ ଆଇଟିଡିଏ, ଦେବଗଡ ଜିଲ୍ଲାପାଳ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ୨୦୦୬ ମସିହାରେ ରାଜସ୍ୱ ବିଭାଗରେ ଯୁଗ୍ମ ସଚିବ ପଦବୀରେ ଅବସରଗ୍ରହଣ କରିଥିଲେ ।