ଜିଲ୍ଲା ଶିକ୍ଷାଧିକାରୀ-ଅବସରପ୍ରାପ୍ତ ଶିକ୍ଷକ ସଂଘ ଆଲୋଚନା
କେନ୍ଦୁଝର: ଓଡିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝରର ଏକ ବୈଠକ ଶିକ୍ଷକ ଭବନ କେନ୍ଦୁଝରଠାରେ କାର୍ଯ୍ୟକାରୀ ସଭାପତି ଚିନ୍ତାମଣି ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଚିନ୍ତାମଣି ପଣ୍ଡା ଓ ପ୍ରକାଶ କୁମାର ନାୟକ ଯୋଗଦାନ କରିଥିଲେ । ଏହି ଅବସରରେ ସଂଘର ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ସଂଘର ବହୁବିଧ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ପାଇଁ ନିବେଦନ କରିଥିଲେ । ତତ୍ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବରିହା ସମସ୍ୟା ଗୁଡିକର ସମାଧାନ ସଂପର୍କରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ଶିକ୍ଷକମାନଙ୍କର ସହଯୋଗ କାମନା କରିଥିଲେ । ସଭାକୁ ଜିଲ୍ଲା ସଂଯୋଜକ କ୍ଷୀରୋଦ କୁମାର ରାଉତ ସଂଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ମଦନ ମୋହନ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଷ୍ଟା କେନ୍ଦୁଝରର ସଂପାଦକ ପ୍ରଶାନ୍ତ କୁମାର ମିଶ୍ର, ବ୍ଲକ ସଂଯୋଜକ ନଳିନୀ ଚନ୍ଦ୍ର ଘଣା, ବଳରାମ ରାଉତ, ରବିନାରାୟଣ ସାହୁ, କାଶିନାଥ ମହାନ୍ତ, ଲମ୍ବୋଦର ମହାନ୍ତ, ଦିଗାମ୍ବର ଗିରି, ସୁଶୀଲ କୁମାର ନାୟକ, ସ୍ୱପ୍ନେଶ୍ୱର ସାହୁ, ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।