ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକା : ଦିନ ଦ୍ୱିପ୍ରହରେ ଲୁଟ୍ ହେଉଛି ଶହ ଶହ ଟି୍ରପ ମାଟି

ନିଆଳି: କଣ୍ଟାପଡା ତହସିଲ ଅଞ୍ଚଳରେ ମାଟିମାଫିଆ ସକ୍ରିୟ । ଦିନ ରାତି ଲୁଟୁଛନ୍ତି ଶହଶହ ଟି୍ରପ ମାଟି । ଛାଡୁନାହାନ୍ତି ନଦୀ ପଠା, ଗୋଚର ଜମି, ଜଳାଶୟ, ଅନାବାଦୀ ଭଳି ଜାଗାକୁ ମାଟି ଖୋଳି ବିକୁଛନ୍ତି । କଣ୍ଟାପଡା ରାଜସ୍ୱ ବିଭାଗର ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ରହିଛି ସୁସମ୍ପର୍କ । ସାଧାରଣ ଲୋକ ଫୋନ କଲେ ଅତିରିକ୍ତ ତହସିଲଦାର ଓ ତହସିଲଦାର ଯୋଗାଇ ଦେଉଛନ୍ତି ସୁରକ୍ଷା । ଏଭଳି ସାଂଘାତିକ ଅଭିଯୋଗ ଆସିଛି କଣ୍ଟାପଡା ତହସିଲ ଅଧିନସ୍ତ ଡ଼ିମିରି ପଞ୍ଚାୟତରୁ । ରାଜସ୍ୱ ବିଭାଗର ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ନେଇ ସେମାନଙ୍କୁ ଯୋଗାଉଛନ୍ତି ସୁରକ୍ଷା । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଜାଗାରୁ ମାଟି ଖୋଳା ହେଉଥିବା ବେଳେ ଅଭିଯୋଗ କଲେ ବି ତହସିଲଦାର ମାଇନ୍ସ ବିଭାଗଙ୍କୁ ଦୋଷ ଦେଇ କାହିଁକି ଖସି ଯିବାକୁ ଚେଷ୍ଟା କରୁଛନ୍ତି । ଏହି ଘଟଣାକୁ ନେଇ ମାଟି ମା ସୁରକ୍ଷା ମଞ୍ଚ ସଭାପତି କାର୍ତ୍ତିକ ବେହେରା, ବିଶ୍ୱନାଥ ସ୍ୱାଇଁ, ଦେବସ୍ମିତା ମହାପାତ୍ର, କାଶୀନାଥ ଭୋଇ ଓ ବନ୍ଧୁ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।