୨ଜଣଙ୍କ ମୃତୁ୍ୟ ପରେ ତରାଇଲୋରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ
ଦାନଗଦୀ: ଦୁଇଜଣଙ୍କ ମୃତୁ୍ୟପରେ ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତ ତରାଇଲୋରେ ପହଞ୍ଚିଥିଲା ସ୍ୱାସ୍ଥ୍ୟ ଟିମ୍ । ଆଜି ରିଜିଓନାଲ ମେଡିକାଲ ରିସର୍ଚ୍ଚ ଟିମ ତରାଇଲୋ ଗାଁରେ ଘରକୁ ଘର ତଦନ୍ତ କରି ରିପୋର୍ଟ ସଂଗ୍ରହ କରିଥିଲୋ ପରିସ୍ଥିତି ନିୟନ୍ତ୍ରକୁ ଆଣିବା ପାଇଁ ଲୋକମାନଙ୍କୁ ସଚେତନତା କରାଇଥିଲେ । ଭୁବନେଶ୍ୱରରୁ ଶ୍ରୀକାନ୍ତ କାନୁନଗୋ ଓ ସଂଜୀବ ବେହେରା ଡାକ୍ତରଙ୍କ ନେତୃତ୍ୱରେ ଆସିଥିବା ଦୁଇଟା ଟିମ ମିଶନ ଶକ୍ତି ଗୃହରେ ଚାଲିଥିବା ଅସ୍ଥାୟୀ କ୍ୟାମ୍ପରେ ପହଁଚି ରୋଗୀଙ୍କ ସହ ଆଲୋଚନା କରିଥିଲେ । ପରେ ଟିମ ପାନୀୟଜଳ, ମଳର ନମୁନା ସଂଗ୍ରହ କରିଥିଲେ । ଆଜି ତୃତୀୟ ଦିଗରେ ୨୩ ଜଣ ଚିକିତ୍ସା ପାଇଁ ଭର୍ତୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ଜଣାଇଛନ୍ତି ।