ହିମାଂଶୁଙ୍କ ଗାଁକୁ ଚାଲ ଅଭିଯାନ
ଜାରକା,: ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୨ ନମ୍ବର ଜୋନରେ ବିଜେପି ନେତା ହିମାଂଶୁ ଶେଖର ସାହୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛନ୍ତି । ଜୋନର ବୃନ୍ଦାଦେଇପୁର ପଞ୍ଚାୟତର ଦହିପୁର ଗ୍ରାମ ମଧୁପୁରଗଡ଼ ପଞ୍ଚାୟତ, ସମ୍ପାରୁ ପଞ୍ଚାୟତର ତୁରଙ୍ଗ ଗ୍ରାମ, ମହିସରା ପଞ୍ଚାୟତର ରମ୍ପେଇ ଗ୍ରାମରେ ହିମାଂଶୁଙ୍କ ନେତୃତ୍ୱରେ ‘ଗାଁ କୁ ଚାଲ ଅଭିଯାନ’ ମାଧ୍ୟମରେ ଜନସାଧାରଣ ମାନଙ୍କ ଠାରୁ ଘର ଘର ବୁଲି ମୁଠି ଚାଉଳ ଗ୍ରହଣ କରିବା ସହ ଧର୍ମଶାଳାରେ ଚାଲୁଥିବା ବଂଶବାଦ ରାଜନୀତି ଓ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ନାରା ଦେଇଥିଲେ । ଧର୍ମଶାଳା ନିର୍ବାଚନମଣ୍ଡଳୀକୁ ବଞ୍ଚାଇବା ପାଇଁ ଏହି ଜନ ଆନେ୍ଦାଳନ ଜାରି ରହିବ ଆହ୍ୱାନଦେଇଥିଲେ ହିମାଂଶୁ । ପଦଯାତ୍ରାରେରେ ଶତାଧିକ କର୍ମୀ ଏବଂ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।