ସୁନା ଚେନ୍ ଲୁଟ ମାମଲରେ ୨ ଅଟକ
ବ୍ରହ୍ମବରଦା : ଜାତୀୟ ରାଜପଥରୁ ଜଣେ ବାଇକ ଆରୋହୀଙ୍କୁ ସୁନା ଚେନ୍ ଲୁଟ କରିବା ଅଭିଯୋଗରେ ବ୍ରହ୍ମବରଦା ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଖବର ମତେ ଗତ ୧୬ ତାରିଖ କଟକ ଜିଲ୍ଲା ମଙ୍ଗୁଳି ଟୋଲ ଗେଟ ନିକଟରେ ଏକ ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ସମୟରେ ବ୍ରହ୍ମବରଦା ଅଂଚଳର.ଦୁଇ ଯୁବକ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ କରି ଚମ୍ପଟ ମାରିଥିଲେ । ଉକ୍ତ ଘଟଣାରେ କଟକ ପୁଲିସ ଓ ବ୍ରହ୍ମବରଦା ପୁଲିସ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।