ପାନ ଦୋକାନରେ ଅଗ୍ନିକାଣ୍ଡ
ନୀଳଗିରି : ନୀଳଗିରି ଏନ୍ଏସି ଅନ୍ତର୍ଗତ ଗୋଡିପୋଖରୀ ନିକଟରେ ଥିବା କାର୍ତ୍ତିକ ସ୍ୱାଇଁଙ୍କ ପାନ ଦୋକାନରେ ଆପଣାଛାଏଁ ନିଆଁ ଲାଗି ହଠାତ ଛପର ଜଳିବାକୁ ଆରମ୍ଭ କରିଥିଲା । ତୁରନ୍ତ ଜୀବନ ବଞ୍ଚାଇ କାର୍ତ୍ତିକ ଦୋକାନରୁ ବାହାରକୁ ଦୌଡିବା ସହ ଦୋକାନରୁ ସାମଗ୍ରୀ ଗୁଡିକ ବାହାରକୁ ବାହାର କରିଥିଲେ । ଏ ନେଇ ସ୍ଥାନୀୟ ଲୋକେ ନୀଳଗିରି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ଦୋକାନର କିଛି ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।