ପଞ୍ଚୁପଲୀ ବାଲି ଘାଟରେ ମାପଚୁପ ଆରମ୍ଭ


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆନନ୍ଦପୁର ବାଲି ଘାଟରୁ ମାତ୍ରାଧିକ ବାଲି ଉତୋଳନ ନେଇ ବାରମ୍ବାର ଅଭିଯୋଗ କଲା ପରେ ବୈତରଣୀ ଜଳ ସେଚନ ବିଭାଗ, ରାଜସ୍ୱ ବିଭାଗ ଏବଂ ଖଣି ବିଭାଗର ମିଳିତ ସମନ୍ୱୟରେ ଏକ ଯାଞ୍ଚ ହୋଇଥିଲା । ଏହି ଯାଞ୍ଚ ସମୟରେ ଅନୁମତି ଠାରୁ ବହୁ ଗୁଣା ଅଧିକ ବାଲି ଲିଜ ଧାରୀ ମାନେ ଉତୋଳନ କରିଥିବା ନେଇ ମିଳିତ ଯାଞ୍ଚ କମିଟି ସ୍ୱୀକାର କରିବା ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଦେ୍ର୍ଦଶିକା ନିବେଦିତା ଦାସଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପରେ ଏହି ବାଲି ଘାଟଟି ସରକାର ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ହେଲେ ଯେଉଁ ଦିନ ତଦନ୍ତକାରୀ ଟିମ ମାପଚୁପ କରି ଫେରି ଯାଇଥିଲେ ସେହିଦିନ ରାତିରେ ଲିଜଧାରୀ ଗୋଟିଏ ରାତିରେ ତିନିବର୍ଷର ଖୋଳିଦେଇ ବିକି ଦେଇଥିଲେ । ତେବେ ଆନନ୍ଦପୁର ବାଲିଘାଟ ଠାରୁ ମାତ୍ର ୫ କିଲୋମିଟର ମଧ୍ୟରେ ଥିବା ପଞ୍ଚୁପୋଲି ବାଲିଘାଟକୁ ନେଇ ମଧ୍ୟ ଅନିୟମିତତା ଅଭିଯୋଗ ହୋଇଥିଲା । ଏନେଇ ଆନନ୍ଦପୁର ତହସିଲ ଅନ୍ତର୍ଗତ ବାଲି ଘାଟ ଉପରେ ଖଣି ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଖଣି ଅଧିକାରୀ ତାରିଣୀ କୁମାର ସିଂଙ୍କ ନେତୃତ୍ୱରେ ଏକ ଟିମ ଗୁହାଳିଆ ନିକଟ ବୈତରଣୀ ନଦୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡ୍ରୋନ କ୍ୟାମେରା ସହାୟତାରେ ବାଲି ଘାଟର ଭିଡିଓ ଉତ୍ତୋଳନ କରାଯାଇଥିବା ବେଳେ ତଦନ୍ତ ସମୟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଏବଂ ଘସିପୁରା ପୁଲିସ ଉପସ୍ଥିତ ରହିଥିଲେ । ସେପଟେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ।