ଦିନକୁ ପିଇବେ କେତେ ପାଣି ?

ଦିନକୁ ପିଇବେ କେତେ ପାଣି ?

 ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ  ପାଣି ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ ?

ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା  ।  
- ଅର୍ଥାତ୍ ଦିନକୁ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ  ।
- ଜଣେ ବ୍ୟକ୍ତିର କାମ ଅନୁସାରେ ପାଣି ଦରକାର ପଡ଼ିଥାଏ  ।
- ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଅନ୍ତୁ  ।
- ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ  ।
- ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ  ।
- ଖାଦ୍ୟ ଖାଇ ସାରିବା ମାତ୍ରେ ପାଣି ପିଅନ୍ତୁ ନାହିଁ  ।
- ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍  ।
- ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ  ।
- ପାଣି ପିଇଲେ ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ ।
- ଖାଇ ସାରିବା ମାତ୍ରେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ  ।
- ସଂଧ୍ୟା ପରେ ଅଧିକ ପାଣି ପିଇବା ଠିକ୍ ନୁହେଁ  । 
- ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ  ।