ମେସିନ୍ କରୁଛି ମନରେଗା କାମ
ଭୁବନେଶ୍ୱର: ମନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ୍ କରୁଛି କାର୍ଯ୍ୟ । ଏହି ସରକାରୀ ପାଣ୍ଠିକୁ ଦୁରୂପଯୋଗ କରିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମୁଖ୍ୟ ସାଧନ ପାଲଟିଛି । ଯାହାକି ମନରେଗା ଆଇନର ମୂଳ ଉଦେ୍ଦଶ୍ୟକୁ ଧ୍ୱଂସ କରିବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଂଚାୟତ ଏମଭି ୬୬ ନମ୍ବର ଗ୍ରାମରୁ ୩୨୬ ନମ୍ୱର ଜାତୀୟ ରାଜପଥର ରାସ୍ତାର ମାଟି ରାସ୍ତା କାମରେ । ସୂଚନା ମୁତାବକ ୩୨୬ ନମ୍ୱର ଜାତୀୟ ରାଜପଥରୁ ଏମଭି ୬୬ ଗ୍ରାମ ରାସ୍ତା ଉନ୍ନତିକରଣ ପାଇଁ ୨୦୨୪-୨୫ ଆର୍ଥôକ ବର୍ଷରେ ମନରେଗା ଯୋଜନାରେ ୪,୯୫୦୦୦ ବ୍ୟୟ ଅଟକଳ ରେ ରାସ୍ତା କାମ ଚାଲିଥିବାବେଳେ ଏହି କାମ ନିମନ୍ତେ ଶ୍ରମିକ ମଜୁରୀ ବାବଦକୁ ୨ ଲକ୍ଷ୍ୟ ୮୭ ହଜାର ୫୨୮ ଟଙ୍କା ପ୍ରଦାନ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ କାମ ନ ସରୁଣୁ କିଭଳି ଭାବେ ଅଟକଳରେ ଥିବା ସମସ୍ତ ଶ୍ରମିକ ମଜୁରୀ ପ୍ରଦାନ କରାଯାଇଛି । ମନରେଗାରେ ଯୋଜନାରେ ଶ୍ରମିକଙ୍କ ଦ୍ୱାରା କାମ ହେବା କଥା କିନ୍ତୁ ରାତି ଅଧିଆ ମେସିନରେ କାମ କରି ଦିଆଯାଇଛି । ଅଳ୍ପ ପରିମାଣର ମାଟି ପକାଇ କାମ ସାରି ଦିଆଯାଇଥିବା ଅଭିଯୋଗ ହେଉଛି । ଗୋଟିଏ ବର୍ଷା ହେଲେ ମାଟି ଗୁଡିକ ଧୋଇ ହୋଇଯିବ ବୋଲି ଲୋକେ କହିଛନ୍ତି । ଗ୍ରାମରେ କୌଣସି କାମ ଧନ୍ଧା ନ ଥିବାରୁ ସମସ୍ତେ ହାତ ବାନ୍ଧି ବସିଥିବା ବେଳେ ତରବରିଆ ଭାବେ ରାତା ରାତି ଠିକାଦାରଙ୍କ ଦ୍ୱାରା ମେସିନରେ କାମ ସାରି ଦିଆଯାଇଛି ।