ବାଳିକା ଆତ୍ମରକ୍ଷା ତାଲିମ ଶିବିର
ରାଜକନିକା: ରାଜକନିକା ବ୍ଲକ କାଟଣା, କପିଳେଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।୨ର ପ୍ରଥମ ବର୍ଷର ଛାତ୍ରୀଙ୍କୁ ନେଇ ଆୟୋଜିତ ଶିବିରକୁ ସ୍କୁଲ ଅଧ୍ୟକ୍ଷ ନଗେନ ନାରାୟଣ ସିଂହ ଉଦ୍ଘାଟନ କରିଥିଲେ । ମୁଖ୍ୟ ସଂଯୋଜିକା ଅଧ୍ୟାପିକା ଶୋଭାରାଣୀ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପରମେଶ୍ୱର ଜେନା ସଭା ପରିଚାଳନା କରିଥିବା ବେଳେ, ଅଧ୍ୟାପକ ନିରଞ୍ଜନ ଧଳ, ନିରଞ୍ଜନ ପତି, ପ୍ରଦୀପ୍ତ ସାମଲ, ଶରତ ମହାପାତ୍ର, ଅଧ୍ୟାପିକା ଲୋପାମୁଦ୍ରା ମହାପାତ୍ର, ରଶ୍ମିରେଖା ଦାସ ଓ ଡିଇଓ ବିଶ୍ୱସେନ ସାମଲ ପ୍ରମୁଖ ଯୋଗଦେଇ ବାଳିକା ଆତ୍ମସୁରକ୍ଷାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ପ୍ରଶିକ୍ଷିକା ରେଣୁବାଳା ବିଶ୍ୱାଳ ଓ ସବେରା ବେଗମ ଛାତ୍ରୀଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।