ମୁଖ୍ୟମନ୍ତ୍ରୀ ଫୁଟବଲ କପର ଜୋନାଲସ୍ତରୀୟ ମ୍ୟାଚ : ଗଜପତିକୁ ହରାଇଲା ମାଲକାନଗିରି

ମାଲକାନଗିରି : ମୁଖ୍ୟମନ୍ତ୍ରୀ ଫୁଟବଲ କପର ଜୋନାଲ ସ୍ତରୀୟ ମ୍ୟାଚରେ ଗଜପତି ୧୮/୦ ଗୋଲରେ ହରାଇଲା ମାଲକାନଗିରି । ଗତ ୨୭ ତାରିଖ ଠାରୁ ୧୫ବର୍ଷରୁ କମ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ କପ ଖେଳ ବ୍ରମହପୁର ଠାରେ ଆରମ୍ଭ ହୋଇଥିବା ବେଳେ ୨୮ ତାରିଖ ଦିନ ପ୍ରଥମ ମ୍ୟାଚରେ ମାଲକାନଗିରି ଓ କଳାହାଣ୍ଡି ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୨/୪ ଗୋଲରେ ମାଲକାନଗିରି ହାରି ଯାଇଥିବା ବେଳେ ଆଜି କିନ୍ତୁ ଜିଲ୍ଲାର ଖେଳାଳି ଉତ୍ତମ ପ୍ରଦର୍ଶନ କରିଛନ୍ତି । ଦ୍ୱିତୟ ମ୍ୟାଚରେ ଗଜପତି ଦଳ ବିପକ୍ଷରେ ୧୮ଟି ଗୋଲ କରି ବାଜିମାତ କରିଛି । ତେବେ ଏହି ମ୍ୟାଚ ଜିତିବା ପରେ ଦଳର ମନବୋଳ ବଢିଥିବା ସହ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଏହି ମ୍ୟାଚରେ ଉତ୍ତମ ଖେଳାଳି ଭାବେ ଇନ୍ଦ୍ରଜିତ ମଣ୍ଡଳ ମ୍ୟାନ ଅଫଦି ମ୍ୟାଚ ପାଇଛନ୍ତି । କେ ଜେମ୍ସ ପୋଲ କୋଚ ଭାବେ ଓ ମ୍ୟାନେଜର ଭାବେ ଭୀମା ପଡିଆମୀ ମାଲକାନଗିରି ଦଳର ଦାୟିତ୍ୱ ନେଇଥିବା ବେଳେ ଆଗାମୀ ୧ ତାରିଖ ଦିନ ଦଳ ରାୟଗଡା ସହ ମୁକାବିଲା ରହିଛି । ଯଦି ମାଲକାନଗିରି ଦଳ ଏହି ମ୍ୟାଚ ଜିତେ ତେବେ ନକ ଆଉଟ ରାଉଣ୍ଡ ମଧ୍ୟକୁ ପ୍ରବେଶ କରିବ । ଏହି ସଫଳତାକୁ ନେଇ ଜିଲ୍ଲା ଆଥଲେଟିକ ସଂଘର ସମ୍ପାଦକ ରାମ ହରି ପଣ୍ଡା ଖେଳାଳିଙ୍କୁ ଶୁଭେଛା ଜଣାଇବା ଆଗକୁ ଆହୁରି ଅଧିକ ସଫଳତା ପାଇବା ପାଇଁ ଉସôାହିତ କରିଥିଲେ ।