ଦଦରା ଘରେ ଦୈତାରୀଙ୍କ ପରିବାର

 ଦାନଗଦୀ : ଚଳିତ ବର୍ଷ ଲଗାଣ ବର୍ଷା ଦିନ ଦୁଃଖୀ ଲୋକଙ୍କ ପାଇଁ ନିଷ୍ଠୁର ହୋଇଛି । ଗ୍ରାମାଞ୍ଚଳରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ଅନେକ ଗରିବ ପରିବାର । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ନୀଳମଣିଦେଇପୁର ଶାସନ ଗାଁରେ । ଏହି ଗାଁ ରେ ରୁହନ୍ତି ବୃଦ୍ଧ ଦୈତାରୀ ବେହେରା (୬୨) । ପରିବାର କହିଲେ ଦୁଇ ପୁଅ ବୋହୁ ନାତି ନାତୁଣୀଙ୍କୁ ମିଶାଇ ୮ ଜଣ । ଦୀର୍ଘ ତିନି ପୁରୁଷ ଧରି ଦୈତାରୀ ଏହି ଗାଁରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରି ଆସୁଛନ୍ତି । ତାଙ୍କ ବଡ଼ ପୁଅ ଗାଈ ଚରାଇ ଚଳେ ଆଉ ଜଣେ ପୁଅ ମୁକ ଓ ବଧିର । ପରିବାରର ସମସ୍ତ ସରଳ ଓ ନିରୀହ ଓ ସଚେତନତା ତାର ଅଭାବରୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରନ୍ତି । ସବୁଠୁ ଦୁଃଖ ଦେଇଛି ତାଙ୍କୁ ଲଗାଣ ବର୍ଷା । ଭଙ୍ଗା ଦଦରା ନୁଆଁଣିଆ ଚାଳ ଛପର ଘର ଉପରେ ଜରିପାଲ ପକାଇ ବହୁତ କଷ୍ଟରେ ରହୁଛନ୍ତି ଏହି ଅଭାବୀ ଦୁଃଖୀ ପରିବାର । ବର୍ଷା ପାଣି ଘର ଭିତରେ ଜମି ଯାଉଥିବାରୁ ଘର ଭିତରେ ରହିବା କଷ୍ଟକର ହୋଇ ପଡୁଛି । ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ଦୈତାରୀ ପରିବାର । ଖଣ୍ଡେ ଜରିପାଲ ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ନିହାତି ଦରକାର ହୋଇ ପଡିଛି । ଆବାସ ଯୋଜନାରେ ଘର ଖଣ୍ଡ ମିଳିପାରିନାହିଁ । କାରଣ ତାଙ୍କ ଜମିର ପଟ୍ଟା ନାହିଁ । ତେଣୁ ଏହି ଗରିବ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଖଣ୍ଡେ ଜରିପାଲ ଯୋଗାଇ