ଅବସରପ୍ରାପ୍ତ କର୍ମଚାରୀ ସଂଘ କର୍ମକର୍ତାଙ୍କ ଶପଥ ପାଠ
ଯାଜପୁର: କୋରେଇ ବ୍ଲକ ଶଙ୍ଖଚିଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତାଙ୍କ ଶପଥ ପାଠ ଉତ୍ସବ ମା" ହିଙ୍ଗୁଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପୂର୍ବତନ ସଭାପତି ଅମିୟ କୁମାର ସାହୁ ନୂତନ କର୍ମକର୍ତା ସଭାପତି ମଦନ ମୋହନ ସାହୁ, ଉପସଭାପତି ଅଶୋକ କୁମାର ପଣ୍ଡା, ସଂପାଦକ ନନ୍ଦ କିଶୋର ସାହୁ, ସହ ସଂପାଦକ କୈଳାସ କୁମାର ପଣ୍ଡା,କୋଷାଧ୍ୟକ୍ଷ ରଘୁନାଥ ସାହୁ ଏବଂ ଜୋନ କମିଟିର ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ଖମଣ ପଞ୍ଚାୟତର ଗଙ୍ଗାଧର ସାହୁ, ଦିଲ୍ଲୀପ କୁମାର ସାହୁ, ଜହ୍ମା ଗ୍ରାମ ପଞ୍ଚାୟତର ବିନୋଦ ବିହାରୀ ପାଢ଼ୀ, ପାହଙ୍ଗା ପଞ୍ଚାୟତର ଦିବାକର ସ୍ୱାଇଁ, ତଣ୍ଡରା ପଞ୍ଚାୟତର ରାମ ଚନ୍ଦ୍ର ରାଉତ, ବଡବିରୁଆଁ ଓ ଗୋଲେଇପୁର ପଞ୍ଚାୟତର ବିନୋଦ ବିହାରୀ ମହାପାତ୍ର ଶପଥ ପାଠ ମଧ୍ୟ କରିଥିଲେ । ନବ ନିର୍ବାଚିତ ସଭାପତି ମଦନ ମୋହନ ସାହୁ ସଂଘକୁ କିପରି ମଜବୁତ୍ କରାଯିବ ଓ ନୂତନ ସଭ୍ୟ ମାନଙ୍କ ପାଖକୁ ଯାଇ ସେମାନେ ସଂଘରେ କିପରି ପଞ୍ଜୀକୃତ କରାହେବ ଓ ସଂଘର ନୂତନ ଘର କିପରି ହେବ ତାହା ଉପରେ ଆଲୋଚନା କରିଥିଲେ । ଆଭାହକ ଅମିୟ କୁମାର ସାହୁ,ବିନୋଦ ବିହାରୀ ସାହୁ ଓ ମାନଗୋବିନ୍ଦ ପାଢ଼ୀ ନିଜର ମତ ରଖିଥିଲେ । ବିନୋଦ ବିହାରୀ ମହାପାତ୍ର ଧନ୍ୟବାଦ୍ ଦେଇଥିଲେ ।