ବାଣ ନିଆଁରୁ ଜଳିଗଲା ରଥ
ସୁକିନ୍ଦା: ବୁଧବାର ରାତିରେ ସୁକିନ୍ଦା ବଡ଼ଦାଣ୍ଡରେ ଥିବା ଜଗନ୍ନାଥଙ୍କ ରଥରେ ନିଅାଁ ଲାଗି ଜଳିଯାଇଛି ।ଏକ ବିଭାଘର ପ୍ରସେଶନ ବାଣରୁ ରଥରେ ନିଅାଁ ଲାଗିଯାଇଥିଲା । ସୂଚନା ମୁତାବକ ବୁଧବାର ରାତିରେ ସୁକିନ୍ଦା ବଡ଼ଦାଣ୍ଡରେ ଏକ ବିବାହ ପ୍ରଶେସନ ଚାଲିଥିବା ସମୟରେ ବାଣ ନିଆଁ ଝୁଲ ପଡ଼ି ରଥ ଗମ୍ବୁଜରେ ଥିବା ଛଣରେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଲାଗିଥିବା ନିଆଁକୁ ଆୟତ କରିବାରେ ବିଫଳ ହୋଇଥିଲେ । ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଘଟଣାକୁ ନେଇ ସୁକିନ୍ଦା ରାଜା ସାହେବ୍ ଓ ସ୍ଥାନୀୟ ବ୍ରାହ୍ମଣ ସମାଜ ପୁରୀ ଶ୍ରୀମନ୍ଦିର ବାଡ଼ଗ୍ରାହୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ନିଷ୍ପତି କ୍ରମେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ତଥା ଦେବୋତର ବିଭାଗ ମୁଖ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହ ଆଲୋଚନା କରିଛନ୍ତି ।