ଜିଲ୍ଲା ଟପ୍ପର ଶୁଭମ ଜ୍ୟୋତିଙ୍କୁ ସମ୍ବର୍ଦ୍ଧନା 

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ଶୁଭମ ଜ୍ୟୋତି ରାଉତ ଚଳିତ ମାଟ୍ରିକ ପରୀକ୍ଷାରେ ୫୭୫ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ତାଙ୍କୁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ତପନ କୁମାର ଦାଶ ଓ ସଞ୍ଜୟ ବର୍ମା ପ୍ରମୁଖ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।