ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ାା ପ୍ରଭାନୁ୍ୟଜ ।ା ନୀଳଗିରି: ଉତ୍ତର ଓଡ଼ିଶାର ପ୍ରସିଦ୍ଧ କାଳୀପୂଜା ମେଳା ପାଇଁ ଚଳଞ୍ଚଚଳ ହୋଇପଡ଼ିଛି ପୋଡାଶୁଳ । ମେଳାବୁଲା ସହିତ ରାତିରେ ଯାତ୍ରା ଦେଖିବାର ମଜା ନେଉଛନ୍ତି ଦର୍ଶକ । ଏହାର ସୁଯୋଗ ନେଇ ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁରେ ଘଟିଛି ଏପରି ଅଘଟଣ । ସୂଚନା ଅନୁଯାୟୀ, ପୋଡାଶୂଳ ଗ୍ରାମର ସଂଜୀବ କୁମାର ବେହେରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏସଡିଜେଏମ କୋର୍ଟରେ ନାଜର ଭାବେ କାର୍ଯ୍ୟ କରୁଥିବାବେଳେ ସେ ସେହିଠାରେ ହିଁ ରୁହନ୍ତି । ଘରେ ସ୍ତ୍ରୀ ସୁଦିପ୍ତା ଏବଂ ପୁଅ ରୁହନ୍ତି । ବର୍ତ୍ତମାନ ପୋଡ଼ାଶୁଳରେ କାଳୀପୂଜା ପାଇଁ ମେଳା ଚାଲୁଥିବାବେଳେ ରାତ୍ରିରେ ଯାତ୍ରା ଦେଖିବାକୁ ସୁଦିପ୍ତା ସମ୍ପର୍କୀୟଙ୍କ ସହିତ ଘରେ ଚାବି ଦେଇ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଅଧାରୁ ଘରକୁ ଫେରିଆସିବା ବେଳକୁ ଘରର ମୁଖ୍ୟଫାଟକରେ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସୁଦିପ୍ତା ଘରେ ପଶି ଗଡ୍ରେଜ୍ ଚାବି ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଗଡ୍ରେଜ୍ରେ ଥିବା ନଗଦ ୪୦ହଜାର ଟଙ୍କା ସହିତ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଚୋରି କରିଥିବା ଅନୁମାନ କରାଯାଇଛି । ତେବେ ପୋଡ଼ାଶୁଳରେ ମେଳା ଚାଲୁଥିବା ବେଳେ ଅଧିକାଂଶ ଘରର ଲୋକେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ଲୁଟ୍ କରୁଥିବା କହିଛନ୍ତି ଅଞ୍ଚଳବାସୀ । ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ନୀଳଗିରି ପୁଲିସ ସନ୍ଧନୀ କୁକୁର ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛି । ଏ ନେଇ ନୀଳଗିରି ଥାନାରେ ୩୪୮/୨୪ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି ।