ବାଲି ମେଲଣ ପ୍ରସ୍ତୁତି ବୈଠକ

ବୈତରଣୀ ରୋଡ : କୋରେଇ ବ୍ଲକ ଅନ୍ତର୍ଗତ ଦୁଲାଖାପାଟାଣା ଶ୍ରୀଶ୍ରୀ ଗୋପିନାଥ ଜୀଉ ବାଲି ମେଲଣ ଚଳିତ ମାସ ୧୫ ତାରିଖ ରାତି ଓ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରସ୍ତୁତି ବୈଠକ ଗଙ୍ଗାଧର ସାହୁ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମେଲଣକୁ କିପରି ଭାବେ ସରସ ସୁନ୍ଦର ସହ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହେବ ଆଲୋଚନା କରାଯାଇ ଗ୍ରାମବାସୀଙ୍କ ସହଯୋଗ କାମନା କରାଯାଇଥିଲା । ବୈଠକରେ ଉପେନ୍ଦ୍ର ମହାରଣା, ଶରତ ଷଡ଼ଙ୍ଗୀ, କେଶବ ଚନ୍ଦ୍ର ପାଗଳ, ଘନଶ୍ୟାମ ନାୟକ, ମଦନ ଗିରୀ, ରତିକାନ୍ତ ସାହୁ, ଆନନ୍ଦ ସାହୁ, ଅଭିନାଶ ଦାସ, ବାଳକୃଷ୍ଣ ମହାରଣା, ସୁଶାନ୍ତ ସେନ୍, ଅଜୟ କୁମାର ସାହୁ, ପ୍ରତାପ ମହାରଣା, ନିରାକାର ସାହୁ, ନରେନ୍ଦ୍ର ମହାରଣା, ସତ୍ୟଜିତ ବେହେରା, ମୁରାଳ କୁମାର ସାହୁ, ମଦନ ନାଥ, ରମେଶ ମହାରଣା, ଟୁକୁ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।