ପୁଲିସ ଜାଲରେ ଦୁର୍ଦ୍ଦାନ୍ତ ଅପରାଧୀ: ବନ୍ଧୁକ ସହ ହନୁମାନ ପଇସା ଜବତ

  ନୀଳଗିରି : ନୀଳଗିରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ପାଇଁ ି ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସହ ୧୨ଘଣ୍ଟା ଧରି ଜାଲ ବିଛାଇ ଥିଲେ । ୧୨ଘଣ୍ଟା ପରେ ଜାଲରେ ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ । ଗିରଫ ପରେ ଅପରାଧୀ ଠାରୁ ୪ରାଉଣ୍ଡ ଜୀବନ୍ତ ଗୁଳି, ଝିଙ୍କ କାଠି, ୫ଟି ହନୁମାନ ପଇସା, ଜବତ କରିଥିବା ବେଳେ ମାଉଜରକୁ ଅନ୍ୟତ୍ର ଜାଗାରେ ପୋତି ଦେଇଥିଲା । ତେବେ ପୋତା ସ୍ଥାନରୁ ମାଉଜରକୁ ଜବତ କରିଛି ପୁଲିସ । ଏହି ଘଟଣା ନୀଳଗିରି ପୁଲିସ ପାଇଁ ଏକ ବିରାଟ ସଫଳତା ମିଳିଛି । ତେବେ  ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ପୁଲିସ ।