ଧାନ ମଣ୍ଡି ଉଦଘାଟନ ଓ ଚାଷୀକମିଟି ବୈଠକ

ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ସେବାସମବାୟ ସମିତିରେ ଆଜି ସରକାରୀ ଧାନ ମଣ୍ଡି ଉଦଘାଟନ ଓ ଚାଷୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡି ଉଦଘାଟନ ଓ କମିଟି ବୈଠକ କାର୍ଯ୍ୟକ୍ରମରେ ସେବା ସମବାୟ  ସଭାପତି ସଭାପତି ରଞ୍ଜନ କୁମାର ସାହୁଙ୍କ ସଭାପତିତ୍ୱରେ ସମିତି ସମ୍ପାଦକ ମାନସ କୁମାର ପଣ୍ଡା ପ୍ରାରମ୍ଭିକ ସ୍ୱାଗତ ଭାଷଣ ଦେଇଥିଲେ । ଭଦ୍ରକ ନିୟତ୍ରିତ ବଜାରକମିଟି ନୋଡାଲ ଅଫିସର ମୁକ୍ତିକାନ୍ତ ପରିଡା, ବନ୍ତ ଶାଖା ପରିଚାଳକ ଅସିତ କୁମାର ସ୍ୱାଇଁ, ସୁପରଭାଇଜର ରଞ୍ଜନ କୁମାର ରାଉତ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ନିମତ୍ରିତ ଅତିଥି ତଥା ଜିଲ୍ଲା ଚାଷୀ କମିଟି ସଦସ୍ୟ ଶଙ୍କର୍ଷଣ ଜେନା, ସମିତିର ପ୍ରାକ୍ତନ ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଚାଷୀ କମିଟି ସଦସ୍ୟ ଭୀମସେନ ସାମଲ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା, ନିରଞ୍ଜନ ପାଢ଼ୀ, ଅମୂଲ୍ୟ ମହାପାତ୍ର, ନୃସିଂହ ଚରଣ ନାୟକ, ପରିଚାଳନା ପରିଷଦର ସଦସ୍ୟ ପବିତ୍ର ବିଶ୍ୱାଳ, ସୁରେନ୍ଦ୍ର ସାହୁ, ବସନ୍ତ ବେହେରା, ରବୀନ୍ଦ୍ର ଦାସ, ଗୟାଧର ଜେନା, ସୁଦର୍ଶନ ରାଉତ, ଉମାକାନ୍ତ ରାଉତ, ସରସ୍ୱତୀ ପାଣିଗ୍ରାହୀ, ଲମ୍ବୋଧର ମଲିକ, ମମତା ବିଶ୍ୱାଳ, ବିଦ୍ୟାଧର ଓଝା, ଅନାଦି ପୃଷ୍ଟି, ଭୀମସେନ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀ କିପରି ସଠିକ ଭାବରେ ମଣ୍ଡିରେ ଧାନ ଦେଇ ପାରିବେ ଏହି ବିଷୟରେ ଆଲୋଚନା କରିଥିଲେ । ମଣ୍ଡି ପୂଜା ପୂଜାରୀ ସତ୍ୟବ୍ରତ ପଣ୍ଡା କରିଥିବା ବେଳେ କର୍ମଚାରୀ ଦୀପକ ବାରିକ, ସନାତନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୩୦୦ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସବସିଡି ୮୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । (ଏଫ ଏ କ୍ୟୁ) ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଆଲୋଚନା ହୋଇଥିଲା । ପରିଶେଷରେ ସେବାସମୟ ସମିତିର  ସମ୍ପାଦକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରିଥିଲେ  ।