ମା’ କାମୁଡ଼େଇଙ୍କ ବାର୍ଷିକୋତ୍ସବ ନିମନ୍ତେ ବୈଠକ 

 ରଗଡ଼ି  : କୋରେଇ ବ୍ଲକ ପରମାନନ୍ଦପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'କମୁଡ଼େଇଙ୍କ ୪୯ତମ ବାର୍ଷିକ ଉସôବ ପ୍ରସ୍ତୁତି ବୈଠକ ଶ୍ରୀଧର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ବୈଠକରେ ଗୀତାଯଜ୍ଞ, ନାମଯଜ୍ଞ ଓ ମେଳା ଆୟୋଜନ ନିମନ୍ତେ ଆଲୋଚନା ହୋଇଥିଲା । ଆସନ୍ତା ୧୩ ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଉତ୍ସବ ଆୟୋଜିତ ହେବ । ମା'ଙ୍କ ବାର୍ଷିକୋତ୍ସବ, ମେଳା ଓ ସମସ୍ତ କାର୍ଯ୍ୟକ୍ରମ ଯେଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ତା'ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ସାହୁ, ସାରଦା ପ୍ରସନ୍ନ ସାହୁ, ପଞ୍ଚାନନ ଆଚାର୍ଯ୍ୟ, ନରେନ୍ଦ୍ର ସାହୁ, ଜିତେନ୍ଦ୍ର ରାଉତ, ଗଦାଧର ଓଝା, ପ୍ରତାପ ସାହୁ, ନଟବର ଆଚାର୍ଯ୍ୟ ଓ ବିଜୟ ପରିଡା ପ୍ରମୁଖ ଉପସ୍ଥିତଥିଲେ ।