ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି କଲେ ଛାତ୍ରଛାତ୍ରୀ ଓ ରାଜନୈତିକ ଦଳ

 ବ୍ୟାସନଗର: ବାଲେଶ୍ୱରର ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବାହାରିଛନ୍ତି ଛାତ୍ରଛାତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳ । ସୌମ୍ୟାଶ୍ରୀ ଆତ୍ମାର ସଦଗତିକାମନା କରି ବ୍ୟାସନଗର ବିଜେଡି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନହକା ଗୋଲେଇ ଛକରୁ ଶୋଭାଯାତ୍ରାରେ ବାହାରି ଶତାଧିକ ମହିଳା ବିଜେପି ସରକାର ହାଏ ହାଏ, ମୋହନ ମାଝୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଗୋପବନ୍ଧୁ ଛକରେ ପହଁଚିଥିଲେ । ଗୋପବନ୍ଧୁ ଛକ ରେ ପହଁଚି ଏକ ସଭା ନିରୀହ ଝିଅକୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଆନେ୍ଦାଳନ ଚାଲୁ ରହିବ ବୋଲି କହିଥିଲେ । ଶୋଭାଯାତ୍ରାରେ ଜିଲା ସଭାନେତ୍ରୀ ସବିତା ରାଉତ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, କାଉନସିଲର ସରିତା ଜେନା, ନିର୍ମଳା ପରିଡା, ସିଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ବିଜୟ ଜେନା, ଅଶୋକ ଦାସ, ନଗର ସଭାନେତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି, ସମ୍ପାଦିକା ମଞ୍ଜୁଶ୍ରୀ ପଣ୍ଡା, ବିଜେଡି ନେତା ମନୋଜ ରାଉତ, ପ୍ରମୋଦ ବେହେରା ପ୍ରଭାତ ସାହୁ, ବିକାଶ ଆଇଚ, ତପସ୍ୱିନି ଶତପଥୀ, ବୁଟୁ ପୁହାଣ, ହେମନ୍ତ କୁମାର ଧିର ସମେତ ବହୁ ବିଜେଡି ନେତା ସାମିଲ ହୋଇଥିଲେ ।ସେହିପରି ବ୍ୟାସନଗର କଂଗ୍ରେସ ତରଫରୁ ବ୍ୟାସନଗର ଗୋପବନ୍ଧୁ ଛକ ଠାରୁ ବସାଷ୍ଟାଣ୍ଡ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଆସନ୍ତା ୧୭ ତାରିଖ ବ୍ୟାସନଗର ବନ୍ଦ ପାଇଁ ସ୍ଲୋଗାନ ଦେଇ ସଫଳ କରିବାକୁ ନିବେଦନ କରାଯାଇଥିଲା । ଶୋଭାଯାତ୍ରାରେ ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ବନ୍ଦିତା ପରିଡା, ନଗରସଭାପତି ଦିଲ୍ଲୀପ ମଲ୍ଲିକ, ବ୍ଲକ ସଭାପତି ଅକ୍ଷୟ ଜେନା, କଂଗ୍ରେସ ନେତା ସୁଧାନିଧି ମହାପାତ୍ର, ଆରତୀ ସ୍ୱାଇଁ, ଅନୁପ ନାୟକ, ସନ୍ତୋଷ ମହାନ୍ତି, ରବୀନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ, ଅରୁଣ ପରିଡା, ପଦ୍ମନାଭ ନାୟକ, ନିହାର ପହି, କାର୍ତିକ ନାୟକଙ୍କ ସମେତ ମହିଳା,ଛାତ୍ର ଓ ଯୁବ କଂଗ୍ରେସ, ନେତା ସତ୍ୟ ପ୍ରକାଶ କୁଅଁର, ଆଶିଷ ମଲ୍ଲିକ, କରୁଣାକର ସାହୁ, ସୁଜିତ ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ଦେଇଥିଲେ ।
ଯାଜପୁର ଟାଉନ: ଏନସି କଲେଜ ଛାତ୍ରଛାତ୍ରୀ ୨୦ନଂ ଜାତୀୟ ରାଜପଥ ବ୍ଲକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ । ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ସ୍ଲୋଗାନ ଦେଇଥିଲେ । ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ ମୁତୟନ ହୋଇଥିଲେ । ଖବର ପାଇ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ ଘଟଣା ସ୍ଥଳରେ ପହଁଚି ଥିଲେ । ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଯୋଗୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ହୋମଗାର୍ଡ଼ ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତ ଗାଡ଼ି ଗୁଡ଼ିକୁ ଅନ୍ୟ ରାସ୍ତା ଦେଇ ଯିବା ପାଇଁ ପରାମର୍ଶ ଦେଉଥିଲେ । ସେହିପରି ଏ.ଆଇ.ଡି.ଏସ୍.ଓ ପକ୍ଷରୁ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଏବଂ ବିରଜା ମହିଳା ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଜଣେଇବା ସହିତ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ସେହିପରିଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତ୍ି ମନୋଜ ରାଉତଙ୍କ ନେତୃତ୍ୱରେ ଏକ ବ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକ ଠାରେ ଶେଷ ହୋଇଥିଲା । ପରେ ଏଠାରେ ଏକ ପ୍ରତିବାଦ ସଭା କରି ଘଟଣାର ଉଚିତ ତଦନ୍ତ କରାଯିବା ସହ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସୌମଶ୍ରୀଙ୍କ ଆତ୍ମାର ସଦଗତ ପାଇଁ ମା ବିରଜାଙ୍କ ପାଖରେ ସମସ୍ତକର୍ମୀମାନେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ,ଦିଗମ୍ବର କର, ବରିଷ୍ଠ ନେତା ସନ୍ତୋଷ ନନ୍ଦ, ପିସିସି ମୁଖପାତ୍ର ପଦ୍ମାକର ଗୁୁରୁ, ନାରାୟଣ ଚନ୍ଦ୍ର ସାମନ୍ତ, ଦୁର୍ଯେ୍ୟାଧନ ବେହେରା,ଗଦାଧର ଦାସ, ଆରତୀ ଦେଓ, କନକଲତା ମଲ୍ଲିକ, କନକ ରାଉତ, ଦିଲିପ ଦାସ, ବିଳାସ ରାଉତ, ଅମୂଲ୍ୟ ବିଶ୍ୱାଳ,ଅନୀଲ ମହାନ୍ତି,ଗୋବିନ୍ଦ ସାହୁ, ଅକ୍ଷୟ ଶତପଥ୍ୀ, ଅବଦୁଲ ରୋପ,ଅବ୍ଦୁଲ ସଲିମ୍, ବିଜୟ ମହାପାତ୍ର, ପ୍ରମୁଖ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।