ଦୁଇ ଟ୍ରକରୁ ୪ଶହ ଗୋରୁ ଉଦ୍ଧାର ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ


ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର-ସୁକିନ୍ଦା,: ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ହାଟରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗନଗର ଥାନା ଅଞ୍ଚଳରୁ ୪ଗୋରୁ ବୋଝେଇ ହୋଇଥିବା ଦୁଇଟ୍ରକକୁ ଜବଦ କରାଯାଇଛି । ସ୍ଥାନୀୟ ଲୋକେ ବାରାଗାଡ଼ିଆ ହନୁମାନ ମନ୍ଦିର ସମ୍ମୁଖରେ ଦ୍ରୁତଗତିରେ ଯାଉଥିବା ଦୁଇ ଟ୍ରକକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗୋରୁ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଘଟଣାସ୍ତଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ମୃତୁ୍ୟଞ୍ଜୟ ଦେଓ ଘଟଣା ସ୍ଥଳରେ ପହଞ୍ଚିି ଉତ୍ତେଜିତଙ୍କୁ ବୁଝାସୁଝା କରି କଳିଙ୍ଗନଗର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡବ୍ଲୁ୍ୟ ବି୩୩ ଏଫ୍-୨୯୧୧ ଓ  ଓଡି୦୯-ଆର୍୭୬୧୧ ନଂ ଟ୍ରକକୁ ଜବଦ କରିଥିଲେ । ଜବଦ ପରେ ଉକ୍ତ ଟ୍ରକରେ ୪ଶହ ଗୋରୁ ଅତି ଅମାନୁସିକ ଭାବେ ଚାଲାଣ କରାଯାଉଥିବା ଦେଖିବାକୁ ପାଇଥିଲେ । ତେବେ ବେଆଇନ୍ ଗୋରୁ ଚାଲାଣରେ ସଂପୃକ୍ତ କାହାରିକୁ ବି ପୁଲିସ ଧରିବାକୁ ସମର୍ଥ ହୋଇନଥିଲା ।  ଡ୍ରାଇଭର ଓ ଅନ୍ୟ କିଛି ଦଲାଲ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ କଳିଙ୍ଗନଗର ପୁଲିସ ଏକ ମାମଲା ରୁଜ୍ଜୁ କରି ଦୁଇ ଗାଡିକୁ ଥାନାରେ ଅଟକ ରଖି ସମସ୍ତ ଗୋମାତାଙ୍କୁ ବାଲେଶ୍ୱର ସ୍ଥିତ ଏକ ଗୋଶାଳାକୁ ସ୍ଥାନାନ୍ତର କରିଥିବା ଥାନା ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ଗୋରୁ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ହାଟରୁ ବେଆଇନ ଭାବେ ପଶ୍ଚିମବଙ୍ଗ ଅଞ୍ଚଳଳକୁ କିଛି ଦଲାଲ ଓ ଭଦ୍ରକ ଅଞ୍ଚଳର କିଛି ଅଣ ଓଡ଼ିଆ ଦଲାଲଙ୍କ ସହଯୋଗରେ ଚାଲାଣ ହେଉଥିଲା । ବିଭିନ୍ନ ସମୟରେ ଯୁବ ଗୋଷ୍ଠୀ ଗୋରୁ ଚାଲାଣକୁ ବିରୋଧ କରୁଥିବା ବେଳେ ଏହା କିନ୍ତୁ ନିୟମିତ ଚାଲି ଆସୁଛି । ଯାହା ସାଧାରଣରେ ଚର୍ଚ୍ଚା ହେଉଛି ଏହା ପଛରେ ଜନୈକ ରାଜନେତାଙ୍କ ସଂପୃକ୍ତି ରହିଛି ।