ବିଦୁ୍ୟତ୍ ଆଘାତରେ ମା’ପୁଅଙ୍କ ମୃତୁ୍ୟ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗରପଡ଼ା) ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦୁ୍ୟତ୍ ଆଘାତରେ ମା’ ଓ ପୁଅଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ନଅଟା ସମୟରେ ମଗସିର ସୁନାଙ୍କ ପନôୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖେଇବାକୁ ଯାଇ ବିତୁ୍ୟତ୍ ସଂସ୍ପର୍ଶରେରେ ଆସିଥିଲେ । ହେଲେ ମା’ଙ୍କ ଏଭଳି ଅବସ୍ଥା ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା(୩୫) ମଧ୍ୟ ବିଦୁ୍ୟତ୍ ଆଘାତର ଶିକାର ହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ମାଆ ଓ ପୁଅଙ୍କ ମୃତୁ୍ୟ ଘଟିଥିଲା । ଏହି ଘଟଣା ପରେ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।