ଶିଶୁ ଶ୍ରମିକ ଉଦ୍ଧାର
ବାରଙ୍ଗ : ଚନ୍ଦକାଥାନା ଅନ୍ତ୍ରଗର୍ତ ସୁନ୍ଦରପୁର ଅଞ୍ଚଳରୁ ୪ଜଣ ଶିଶୁଶ୍ରମିକକୁ ଗୁରୁବାର ସଂଧ୍ୟାରେ ଉଦ୍ଧାର କରିଛି ଚନ୍ଦକା ପୁଲିସ । ମିଳିଥିବା ସୂଚନା ମୁତାବକ ସୁନ୍ଦରପୁରଠାରେ ଥିବା ଏକ ସିମେଣ୍ଟ ଇଟା କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ସିଡବ୍ଲୁସି ଓ ଚନ୍ଦକା ପୁଲିସ ମିଳିତ ଭାବରେ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲେ । କମ୍ପାନୀରୁ ଜଣେ ଝିଅ ଓ ତିନିଜଣ ବାଳକକୁ ଚଢାଉ କରି ଉଦ୍ଧାର କରାଯାଇଥିଲା । ଯାହାଙ୍କର ବୟସ ୧୮ ବର୍ଷରୁ କମ ଥିଲା ଜଣାପଡିଛି । ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକକୁ ବରମୁଣ୍ଡା ରୁଚିକାଠାରେ ଥିବା ଶିଶୁ ସୁରେଖାକୁ ପଠାଇ ଦିଆଯାଇଛି ।