ବର୍ଣ୍ଣାଳିର ସପ୍ତମ ବାର୍ଷିକୋସବ
ବଲାଙ୍ଗିର: ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାମାଜିକ ସାଂସ୍କୃତିକ ସଂଗଠନ ବର୍ଣ୍ଣାଳିର ସପ୍ତମ ଉସôବ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ମଂଚାସିନ ଥିଲେ ସଭାପତି ବାସୁଦେବ ମେହେର, ମୁଖ୍ୟ ଅତିଥି ପୋରାଂଚଳ ଅଧ୍ୟକ୍ଷା ଲିକା ସାହୁ, ସମ୍ମାନୀତ ଅତିଥିଦ୍ୱୟ ଏକ୍ସନ କମିଟି ମୁଖ୍ୟ ଗୋପାଳଜୀ ପାଣିଗ୍ରାହୀ ଓ ସ୍ତ୍ରୀ ପ୍ରସୃତି ବିଭାଗ ର ମୁଖ୍ୟ ଡା. ରୁଦ୍ରନାରାୟଣ ପଟେଲ ଏବଂ ମୁଖ୍ୟ ଉପଦେଷ୍ଟା ପ୍ରଭାକର ମିଶ୍ର, ସଂପାଦକ ବ୍ରଜ କିଶୋର ପଣ୍ଡା । ମଂଚାସୀନ ଅତିଥିମାନେ ପ୍ରକାଶ କରିଥିଲେ ଯେ ଆମ ମାଟି କଳା ସଂସ୍କୃତି ରେ ପରିପୂର୍ଣ୍ଣ ଏବଂ ଆମ ମାଟିର କଳାକାରମାନେ ରାଜ୍ୟ, ଦେଶ ତଥା ବିଦେଶ ରେ କଳାର ମାନ ମର୍ଯ୍ୟାଦାକୁ ବଢାଇ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଡା. ପଟେଲ ପ୍ରକାଶ କରିଥିଲେ ଯେ ବିଗତ ଦିନରେ ଯେଉଁ ପଡା ବା ଗ୍ରାମମାନଙ୍କରେ ଶ୍ରୀରାମଲୀଳା ଉସôବ ହେଉଥିଲା ଏବଂ ବର୍ତ୍ତମାନ ବନ୍ଦ ହୋଇଯାଇଛି ସେ ସମସ୍ତ ସ୍ଥାନରେ ଶ୍ରୀରାମଲୀଳା କମିଟି ଜରିଆରେ ଶ୍ରୀରାମ ଲୀଳା ମହୋସôବ ପାଳନ କରାଯାଇପାରିବ । ଉପସ୍ଥିତ ସମସ୍ତ ଦର୍ଶକ ଏହାକୁ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ସ୍ୱର୍ଗତ କୃତ୍ତିବାସ ମେହେରଙ୍କ ସୁପୁତ୍ର ଶିବ ଶଙ୍କର ମେହେର, ଶିବ ଆର୍ଟସ ମୁଖ୍ୟଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଡା. ରୁଦ୍ର ନାରାୟଣ ପଟେଲ ଓ ଅନିତା ତ୍ରିପାଠୀଙ୍କୁ କୃତ୍ତିବାସ ମେହେର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ୨୦୨୨ ର ଶ୍ରେଷ୍ଠ ଗିତିକାର ଭାବେ ପୁରସ୍କୃତ ହୋଇଥିବା କପିଳେଶ୍ୱର ଖମାରୀ ଓ କେନ୍ଦ୍ରର ଏକ ଅନୁଷ୍ଠାନ ଦ୍ୱାରା ମହର୍ଷି ବାଲ୍ମୀକି ସମ୍ମାନ ପାଇଥିବା ବ୍ୟାସଦେବ ପୁରୋହିତ ଙ୍କୁ ସମ୍ମାନିତ କରାଯାଇଥିଲା । ଏହା ପରେ ଶ୍ରାବଣୀ ମେହେରଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶୁଭ୍ରାଂଶୁ ମିଶ୍ର, ନିଳମଣି ପଟେଲ, ରାଘବ ପାଣିଗ୍ରାହୀ, ମଳୟ ତ୍ରିପାଠୀ, ନିରଞ୍ଜନ ରଥ, ଗୋ÷÷ର ଚନ୍ଦ୍ର ପୁରୋହିତ, ପଙ୍କଜ ସାହୁ, ଆର୍ତ୍ତତ୍ରାଣ ବାଗ, ଶମ୍ଭୁ ପ୍ରସାଦ ନାଏକ, ସନ୍ତୋଷ ହୋତା, ରୋଜିସ୍ମିତା ହୋତା, ଆଲୋକ ·ନ୍ଦ, ନବୀନ ମେହେର, ଚନ୍ଦ୍ରମା ହୋତା ଓ ବିକାଶ ଷଡଙ୍ଗୀ ପ୍ରମୁଖ । ନିରୁପମା ଶତପଥି ଓ ସାଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।