ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ
ବୈଶିଙ୍ଗା : ରବିବାର ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ସମେତ ବିଭିନ୍ନ ବ୍ଲକରେ ବେସରକାରୀ ସଂଗଠନ ଦ୍ୱାରା ଏହି ସ୍ୱତନ୍ତ୍ର ଦିବସ ରୂପେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବେତନଟୀର ସିଭିଲ ସୋସାଇଟି, ବେତନଟୀ ବ୍ଳକ ପ୍ରେସ କ୍ଲବ, ଅବସରପ୍ରାପ୍ତ କର୍ମ·ରୀ ସଂଘଙ୍କ ମିଳିତ ପ୍ରଚେଷ୍ଟାରେ ବେତନଟୀ ଚଣ୍ଡି ମନ୍ଦିର ଛକ ସ୍ଥିତ ମଧୁବାବୁ ଓ ଡାକ୍ତରଖାନା ପରିସରରେ ଥିବା ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ସାମ୍ବାଦିକ ସଦାଶିବ ଲେଙ୍କା, ଅବସରପ୍ରାପ୍ତ ସଂଘ ତରଫରୁ ରବିନ୍ଦ୍ରନାଥ ମିଶ୍ର ଓ ସିଭିଲ ସୋସାଇଟି ତରଫରୁ ରବିନ୍ଦ୍ର ପ୍ରଧାନ ଓ ଶ୍ରୀଧର ସେଠୀ ଓ ସମାଜସେବୀ କାହ୍ନୁ ଭାଇ ପ୍ରମୁଖ ଯୋଗଦାନ କରିଥିଲେ । ଅବହେଳିତ ହୋଇ ପଡ଼ିରହିଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀଗୁଡିକର ପ୍ରକୃତ ଯତ୍ନ ହୋଇ ପାରିଥିବାରୁ ସର୍ବସାଧାରଣରେ ଏହାକୁ ପ୍ରଶଂସା କରାଯାଇଛି ।