ଖାଦ୍ୟରେ ମିଶୁଛି ରାସାୟନିକ ଦ୍ରବ୍ୟ ଯାଞ୍ଚ ହେଉନି ଖାଦ୍ୟର ମାନ

ଖାଦ୍ୟରେ ମିଶୁଛି ରାସାୟନିକ ଦ୍ରବ୍ୟ ଯାଞ୍ଚ ହେଉନି ଖାଦ୍ୟର ମାନ


 ବୁଗୁଡା : ଆରମ୍ଭ ହୋଇ ଗଲାଣି ଦଣ୍ଡଯାତ୍ରା ପର୍ବ । ଖୋଲା ମେଲାରେ ପଡିଛିି ମାଳମାଳ ଖାଦ୍ୟ ସାମଗ୍ରୀର ପସରା । କେବଳ ଗ୍ରାମାଞ୍ଚଳରେ ନୁହେଁ, ବୁଗୁଡ଼ା ସହରରେ ମଧ୍ୟ ଠେଲା ଗାଡିଠାରୁ ଆରମ୍ଭ କରି ଅନେକ ଦୋକାନରେ ଫାଷ୍ଟଫୁଡ୍ ଓ ଦୂଷିତ ଜଳ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ବିନା ଲାଇସେନ୍ସରେ ରାସ୍ତା କଡରେ ବିକ୍ରି ହେଉଥିଲେ ବି ଖାଦ୍ୟର ମାନ ଯାଞ୍ଚ ହେଉନାହିଁ । ନାଳ ନର୍ଦ୍ଦମା କଡେ ଅସ୍ୱାସ୍ଥ୍ୟକର ପରିବେଶରେ ଏଗୁଡିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଦହିବରା, ଆଳୁଦମ୍, ଗୁପଚୁପ, ·ଟ୍, ଦୋସା, ପକୁଡି ସମେତ ବିଭିନ୍ନ ରକମର ଫାଷ୍ଟଫୁଡ୍ ଖାଦ୍ୟକୁ ଘୋଡାଇ ରଖା ଯାଉନାହିଁ । ରାସ୍ତାରେ ଉଡୁଥିବା ଧୂଳି ଏହା ଉପରେ ପଡ଼ୁଛି । ଫଳରେ ଏସବୁ ଖାଦ୍ୟ ଏକ ପ୍ରକାର ଜହର ପାଲଟୁଛି । ଏହି ଖାଦ୍ୟକୁ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏଠାରେ ଖୁଲୁମ୍ଖୁଲା ଭାବେ ବିକ୍ରୀ କରାଯାଉଛି । ଆଗାମୀ ଦିନରେ ଏହା ଜଣ୍ଡିସ୍ ସାଙ୍ଗକୁ ଅନ୍ୟାନ୍ୟ ରୋଗକୁ ଆମନ୍ତ୍ରଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଆଖପାଖ ଅଞ୍ଚଳରୁ ମଧ୍ୟ ଅନେକ ଲୋକ ବୁଗୁଡ଼ା ସହରକୁ ବିଭିନ୍ନ କାମରେ ଆସୁଥିବା ବେଳେ ଏହି ଫାଷ୍ଟଫୁଡ ଆଦରି ନେଉଛନ୍ତି । ଖାଲି ସେତିକି ନୁହେଁ ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ କୃତିମ ରଙ୍ଗ ସାଙ୍ଗକୁ ·ଇନା ସଲଟ୍, ଭିନେଗାର, ସୋୟାସସ୍ ଭଳି ବହୁ ରକମର ରାସାୟନିକ ଦ୍ରବ୍ୟ ଭକ୍ଷଣ କରିବା ଫଳରେ ନାନା ରୋଗର କାରଣ ପାଲଟିଛି । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି ।