ଅଫିସ ଯିବାବେଳେ ପଛପଟୁ ଧକ୍କା ଦେଲା କାର୍ : ଇଞ୍ଜିନିୟର ମୃତ

ବରଗଡ଼ : ଶନିବାର ବରଗଡ଼ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଅନ୍ୟ ଏକ କାର୍ ପଛପଟୁ ଧକ୍କା ଦେବ।ରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି।
ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର ଭଦ୍ର। ସେ ସୋହେଲା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଅନ୍ୟଦିନ ଭଳି ସେ କାର୍ ଯୋଗେ ବ୍ଲକ କାର୍ଯ୍ୟାଳୟକୁ ଯିବା ବାଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ସେ ବରଗଡ଼ ଧନୁଯାତ୍ରା ସାଂସ୍କୃତିକ କମିଟିର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ଅକାଳ ବିୟୋଗରେ ବରଗଡ଼ରେ ଗଭୀର ଶୋକ ପ୍ରକାଶ ପାଇଛି।