ସୁସ୍ଥ ଶୈକ୍ଷିକ ପରିବେଶ ନିର୍ମାଣ ଆହ୍ୱାନ, ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ 

ାା ପ୍ରଭାନୁ୍ୟଜ୍ ।ା କୋଣାର୍କ:ପ୍ରାଚୀନ ଗୁରୁକୁଳାଶ୍ରମ ତୁଳନାରେ ସଂପ୍ରତି ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଶିକ୍ଷାୟତନର ଭୌତିକ ଭିତ୍ତିଭୂମିର ବିକାଶ ଘଟିଛି । ମାତ୍ର ସମାଜ ବ୍ୟବସ୍ଥାର ପ୍ରତ୍ୟେକସ୍ତରରେ ନୈତିକତାର ହ୍ରାସ ଯୋଗୁଁ ସୁସ୍ଥ ଶୈକ୍ଷିକ ପରିବେଶ ନିର୍ମାଣ ଶିକ୍ଷକ ପାଇଁ ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଶିକ୍ଷକ ସମାଜ ନିଜର ସ୍ୱାଭିମାନର ସୁରକ୍ଷା ନିମନ୍ତେ ସଂଘର୍ଷର ସମ୍ମୁଖୀନ ହୋଇଥିବା ଶିକ୍ଷାବିତ୍ ରମେଶ ଚନ୍ଦ୍ର ପଣ୍ଡା ଓ ସମାଜସେବୀ ଉମେଶ ଚନ୍ଦ୍ର ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକାରେ ଗୋପ ବ୍ଲକ୍ ନୂତନ ପେନ୍ସନ୍ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ' ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ସମାଜସେବୀ ଉମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତା ଏବଂ ସମ୍ମାନିତଅତିଥି ପୁରୀ ଜିଲ୍ଲା ପ୍ରାଥମିକ ୟୁନିୟନର ସାଧାରଣ ସମ୍ପାଦକ ଶିବଦତ୍ତ ନାୟକ, ଶିକ୍ଷାବିତ୍ ସୁଶାନ୍ତ ନାୟକ, ସତ୍ୟନାରାୟଣ ସାହୁ, ପ୍ରବାସିନୀ ମିଶ୍ର ଓ ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତି ସଭାପତି ପବିତ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସମ୍ପାଦକ ସରୋଜ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସାମ୍ବିଧାନିକ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଗୋପ ବ୍ଲକ୍ ଏନ୍ପିଏସ୍ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଥିଲା । ଏଥିରେ ଶିକ୍ଷକ ଜଳନ୍ଧର ବେହେରା ସଭାପତି, ସୁଚରିତା ପାତ୍ର କାର୍ଯ୍ୟକାରୀ ସଭାପତି, ଉପସଭାପତି ମଣ୍ଡଳୀରେ ଦୁଃଶାସନ ଦଳାଇ, ଗଙ୍ଗାଧର ରାଉତ, ମାମିନା ବରାଳ ଓ ନୁରୁଲ୍ ଇସଲାମ, ସାଧାରଣ ସମ୍ପାଦକ ରୂପେ ସନ୍ତୋଷ କୁମାର ବିଶ୍ୱାଳ, ସଂଗଠନ ସଂପାଦକ ରୂପେ ସଦାଶିବ ବେହେରା, ସହସମ୍ପାଦକ ମଣ୍ଡଳୀରେ ପ୍ରଭାକର ମଲ୍ଲିକ, ନିରଞ୍ଜନ ସ୍ୱାଇଁ, ପ୍ରିୟମ୍ବଦା ପାତ୍ର ଓ ମଲ୍ଲିକ ଅଖତର ହୁସେନ, କୋଷାଧ୍ୟକ୍ଷ ରୂପେ ବିକ୍ରମ କେଶରୀ ରାଉତରାୟ, ଗଣମାଧ୍ୟମ ସଂଯୋଜକ ରୂପେ ତାପସ ନାୟକ ଓ ଅଡିଟର ରୂପେ ସୁରଜିତ ସାହୁଙ୍କୁ ମନୋନୀତ କରାଯାଇଛି । ସମସ୍ତ ନୂତନ କର୍ମକର୍ତ୍ତା ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଫୁଲ୍ଲ କୁମାର ସେଠୀ, ସୁଶାନ୍ତ ବେହେରା, ଶ୍ୟାମସୁନ୍ଦର ସାହୁ, ସିଆରସିସି ସମରେନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।