ଏନ୍ଏଫ୍ଡିସିର ପରିଚାଳନା ନିଦେ୍ର୍ଦଶକ ପ୍ରକାଶ
ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି)ର ପରିଚାଳନା ନିଦେ୍ର୍ଦଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରକାଶ ମଗଦୁମ । ମଗଦୁମ ୧୯୯୯ ବ୍ୟାଚ୍ର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ ହୋଇଥିବା ବେଳେ ଏହା ପୂର୍ବରୁ, ସେ ଅହମ୍ମଦାବାଦରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବୁ୍ୟରୋ (ସିବିସି)ର ଅତିରିକ୍ତ ମହାନିଦେ୍ର୍ଦଶକ ଭାବରେ କାର୍ଯ୍ୟରତ ଥିଲେ । ନିଜର ଦୁଇ ଦଶନ୍ଧିର ଏକ ଉଲ୍ଲେଖନୀୟ କ୍ୟାରିୟର ମଧ୍ୟରେ ଶ୍ରୀ ମଗଦୁମ ପୁଣେର ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର (ଏନଏଫଏଆଇ)ର ନିଦେ୍ର୍ଦଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଚଳଚ୍ଚିତ୍ର ଅଭିଲେଖାଗାର ଏବଂ ପୁନରୁଦ୍ଧାର ପ୍ରୟାସ ମାଧ୍ୟମରେ ଭାରତର ସିନେମା ଐତିହ୍ୟକୁ ସଂରକ୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାନ (ଏଫଟିଆଇଇ)ର ରେଜିଷ୍ଟ୍ରାର ଏବଂ ତିରୁଅନନ୍ତପୁରମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।