ମହିଳାଙ୍କ ମୃତୁ୍ୟ; ହତ୍ୟା ଅଭିଯୋଗ ଆଣିଲେ ପରିବାର

 ଦାନଗଦୀ  : ଶୁକ୍ରବାର ରାତିରେ ଯଖପୁରା ଗାଁ ମଳିକ ସାହିର ଜନୈକା ମହିଳାଙ୍କ ଆକସ୍ମିକ ମୃତୁ୍ୟ ଘଟିଥିବା ବେଳେ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ମତେ କଳାକାର ମଳିକଙ୍କ ଜ୍ୱାଇଁଙ୍କ ବଡ଼ ଭାଇ ତାଙ୍କ ଘରକୁ ଆସିଥିବା ବେଳେ ଗ୍ରାମର କିଛି ଯୁବକଙ୍କ ସହିତ ଝଗଡା ହୋଇଥିଲା । ପରେ ଗ୍ରାମର କିଛି ଲୋକ କଳାକାରଙ୍କ ଘରକୁ ଯାଇ ଜ୍ୱାଇଁଙ୍କ ବଡଭାଇଙ୍କୁ ମାରିବାକୁ ଉଦ୍ୟମ କରିବାରୁ ତାଙ୍କ ସ୍ତ୍ରୀ ପ୍ରମିଳା (୫୫) ପ୍ରତିବାଦ କରି ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଯାହା ଫଳରେ ଦୁର୍ବୃତ ପ୍ରମିଳାଙ୍କୁ ପିଟିବାରୁ ସେ ଘଟଣା ସ୍ଥଳରେ ପଡିଯାଇଥିଲେ । ପରିବାର ଲୋକ ତାଙ୍କୁ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ପରିବାର ଲୋକ ଯଖପୁରା ଥାନାରେ ପ୍ରମିଳାଙ୍କୁ ମାଡ଼ ମାରି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପିଁଚି ଅନୁସନ୍ଧାନ କରିବା ପରେ ଯଖପୁରା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି  ୮୦/୨୫ରେ ଏକ ମାମଲା କରି ଘଟଣାର ତଦନ୍ତ କରୁଛି ।