‘ମିଶନ ଶକ୍ତି’କୁ ଏନେଇ ଏଭଳି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ ହେବ କାର୍ୟ୍ୟକାରୀ । ସମନ୍ୱିତ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ୟ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମନ୍ୱିତ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ ‘ମିଶନ ଶକ୍ତି’ରେ ୱାନ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ୟ୍ୟକ୍ରମ ରହିଛି । ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ । ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ନୂତନ ସରକାର ସ୍ଥିର କରିଛନ୍ତି ।