ଜଘନ୍ୟ କାଣ୍ଡ: ସ୍ତ୍ରୀର ଗଳା କାଟିଲା ସ୍ୱାମୀ
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ଘରୋଇ କଳିରୁ ପିଶାଚ ସ୍ୱାମୀର ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଗଳା କାଟିଛି ନୃଶଂସ ସ୍ୱାମୀ । ଏପରି ଏକ ଅମାନୁଷିକ କାଣ୍ଡ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗାଁରେ ଘଟିଛି । ଘରୋଇ କଳି କାରଣରୁ ପିଶାଚ ସ୍ୱାମୀ ବିଭାସ ମିର୍ଦ୍ଧା ( ୩୫) ସ୍ତ୍ରୀ ମୋନିକା ମିର୍ଦ୍ଧା (୩୦)ର ଗଳା କାଟିଦେଇଛି । ମିଳିଥିବା ସୂଚନା ଅନୁସାରେ କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗାଁର ବିଭାସ ମିର୍ଦ୍ଧା ବୁଧବାର ସକାଳ ସମୟରେ ସ୍ତ୍ରୀ ମୋନିକା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହିଥିବା ବେଳେ ଅଚାନକ ଆସି ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ । ଘରଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି । ଅନ୍ୟପଟେ ସ୍ୱାମୀ ବିଭାସ ମିର୍ଦ୍ଧା କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି ।