ବିଧାୟକଙ୍କ ଦ୍ୱାରା ଆଦର୍ଶ ଶ୍ମଶାନ ଉଦଘାଟିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଆଇଏମଏସଟି ସ୍କୁଲ ନିକଟରେ ପୌର ପରିଷଦ ଓ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଆଜି ଆଦର୍ଶ ଶ୍ମଶାନ ଉଦଘାଟିତ ହୋଇଯାଇଛି । ଏହାକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉଦଘାଟନ ଉସôବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ପୌର ପରିଷଦ ଉପାଧ୍ୟକ୍ଷା କବିତା ମାହୁନ୍ତ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ.ଅଶୋକ ଚକ୍ରବର୍ତ୍ତୀ, ସାଂସଦ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର, ପୌର ପରିଷଦ ସଂସଦ ପ୍ରତିନିଧି ବିଜୟ କୁମାର ମହାରଣା,ପୌର ପରିଷଦ ବିଧାୟକ ପ୍ରତିନିଧି ରାହୁଲ ଟାୱରି ପ୍ରମୁଖ ଯୋଗ ଦେଇ ଜିଲ୍ଲା ସଦର ମହକୁମାରେ ଏଭଳି ଏକ ଆଦର୍ଶ ଶ୍ମଶାନର ଆବଶ୍ୟକତା ଥିବା ବେଳେ ଏହାଦ୍ୱାରା ସ୍ୱଚ୍ଛ ପରିବେଶ ମଧ୍ୟରେ ଲୋକେ ଶବ ସକôାର କରିପାରିବେ ବୋଲି କହିଥିଲେ । ଏଥିରେ ସ୍ୱଚ୍ଛ ପରିବେଶ ସହ ପାନୀୟ ଜଳ, ଗୋଦାମ ଗୃହ, ଶିବଙ୍କ ପ୍ରତିମୂର୍ତ୍ତି ଓ ଆଶ୍ରୟସ୍ଥଳର ସୁବିଧା କରାଯାଇଛି । ଏହା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ପୌର ପରିଷଦ ଦ୍ୱାରା ମୋଟ ୧ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ।