ୟୁଜେଏ ଯାଜପୁର ଜିଲ୍ଲା ଶାଖା ବୈଠକ
ଯାଜପୁର: ଉକ୍ରଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ଜିଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ରାଜ୍ୟ ସଭାପତି ବିଭୁତିଭୂଷଣ କର ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ନାର୍ଯ୍ୟ ସଙ୍ଗତ ଦାବି ନେଇ ପୂର୍ବରୁ ଆନେ୍ଦାଳନ କରି ଆସୁଥିବା ଉକôଳ ସାମ୍ବାଦିକ ସଂଘ ଏବେ ୬ଦଫା ଦାବି ପୁରଣ ପାଇଁ ପୁଣି ଯୋରଦାର ଆନେ୍ଦାଳନ କରିବ ବୋଲି ଘୋଷଣା କରିଥିଲେ । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସରକାଳୀନ ଭତା ପ୍ରଦାନ, ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ସପୃକ୍ତ ସାମ୍ବାଦିକଙ୍କ ସହ ତାଙ୍କ ପିତା ମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ୱ ନିର୍ଭରଶୀଳ ସନ୍ତାନଙ୍କୁ ସାମିଲ କରାଯିବା, ରାଜ୍ୟରେ ସାମ୍ବାଦିକ ଅଧିସ୍ୱକୃତି କମିଟିକୁ ପୁନର୍ଗଠନ କରି ବ୍ଲକ୍ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକଙ୍କୁ ଅଧିସ୍ୱକୃତି ପ୍ରଦାନ କରିବା ଓ ରାଜ୍ୟରେ ପ୍ରେସ ଏକାଡେମି ଗଠନ କରାଯିବା ପରି ଦାବିକୁ ସରକାର ଯଥାଶୀଘ୍ର ପୂରଣ କରନ୍ତୁ ବୋଲି ଦାବି ହୋଇଥିଲା । ବୈଠକରେ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ, ସଂଯୋଜକ ମଦନ ପାଣି, ଜିଲ୍ଲା ସମ୍ପାଦକ ପୀତବାସ ଭୂୟାଁ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନକରି ସରକାର ଯଥାଶୀଘ୍ର ସାମ୍ବାଦିକଙ୍କ ସମସ୍ୟାର ସାମାଧାନ କରନ୍ତୁ ବୋଲି ଦାବି କରିଥିଲେ । ଜିଲ୍ଲା ଉପସଭାପତି ରବିନ୍ଦ୍ର ସାମଲ, ପ୍ରଭାତ ମହାନ୍ତି, କପିଳେନ୍ଦ୍ର ରାଉତ, ସମ୍ପାଦକ କ୍ଷୀରୋଦ ମୁଦୁଲି, ସହସମ୍ପାଦକ ଚନ୍ଦ୍ରଶେଖର ପୃଷ୍ଟି, ଅସୀତ ମହାନ୍ତଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।