ସାଇ ମନ୍ଦିରର ବାର୍ଷିକୋତ୍ସବ ଉଦ୍ୟାପିତ
ଜଗତସିଂହପୁର: ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଞ୍ଚାୟତର ଶାଳିଜଙ୍ଗାରେ ଥିବା ସିରିଡି ସାଇ ମନ୍ଦିରର ବାର୍ଷିକୋତ୍ସବ ଉଦ୍ୟାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମହିଳାମାନେ ତାରପୁର ମହାଦେବ ମନ୍ଦିର ନିକଟ ମହାନଦୀରୁ କଳସ ଯାତ୍ରାରେ ଶୋଭାଯାତ୍ରାରେ ଆସି ଶାଳିଜଙ୍ଗା ସିରିଡି ସାଇଙ୍କ ଠାରେ ଜଳାଭିଷେକ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ, ଘଣ୍ଟ, ଭଜନକୀର୍ତ୍ତନ ଆଦି କରାଯାଇ ସାଇବାବାଙ୍କ ପାଦୁକାକୁ ପାଲିଙ୍କିରେ ଶୋଭାଯାତ୍ରାରେ ନିଆଯାଇଥିଲା । ଏହି ଉଦ୍ଘାଟନୀ ଉତ୍ସବରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ. ରମାକାନ୍ତ ଭୋଇ ଯୋଗଦେଇ ଆଧ୍ୟାତ୍ମିକ ଉନ୍ନତିରେ ମନୁଷ୍ୟ ସୁଖ, ଶାନ୍ତି, ଆନନ୍ଦର ଅଧିକାରୀ ହୋଇପାରିବ ବୋଲି କହିଥିଲେ । ସମ୍ମାନିତଅତିଥି ଭାବେ ଡ. ସୁରେନ୍ଦ୍ର ନାଥ ମହାପାତ୍ର, ଶିରିଡି ସାଇ ସେବା ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରାର୍ଥସଖା ପାଲଟା ସିଂ, କଟକ ସଦର ବ୍ଲକ୍ ଅ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ରାମାୟଣୀ ପଣ୍ଡିତ ଅଭୟ ଦାଶ, ପଣ୍ଡିତ ଦେବେନ୍ଦ୍ର ଦାସ, ଜିତେନ୍ଦ୍ର ପଣ୍ଡା, ଯଜ୍ଞ କର୍ତ୍ତା ଶରତ ପଟ୍ଟନାୟକ, କର୍ତ୍ତୀ ସନ୍ତୋଷୀ ମହାପାତ୍ର ପ୍ରମୁଖ ଯୋଗଦେଇ ଶିରିଡି ସାଇ ବାବାଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବ ୩ ଦିନ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, ଘଟସ୍ଥାପନ, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ୟାପନୀ ଉତ୍ସବରେ ମୁଖ୍ୟପରିଚାଳକ ପାର୍ଥ ସଖା ପାଲଟାସିଂଙ୍କ ନେତୃତ୍ୱରେ ରଘୁନାଥପୁର ବ୍ଲକ୍ ପୂର୍ବତନ ସଭା ରଜତ ପାତ୍ର, ଉଦ୍ୟେଗପତି ଶିବନାରାୟଣ ସାମନ୍ତରାୟ, ଦେବସ୍ମିତା ସାମନ୍ତରାୟ, ସମାଜସେବୀ ଶୈଳେନ୍ଦ୍ର ନାୟକ, ମିତାଲି ନାୟକ, ସମାଜସେବା ଯୁଧିଷ୍ଠିର ସେଠି, ମେହବୁବ ବେଗ, କଂଗେମ ଜିଲ୍ଲା ସଭାପତି ନଟବର ବାରିକ, ସମାଜସେବୀ ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ଶିରିଡି ସାଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ସାଇ ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ, ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠିଙ୍କ ନେତୃତ୍ୱରେ ପୋଲିସ ଉପସ୍ଥିତ ରହି ଭିଡ଼କୁ ନିୟନ୍ତ୍ରଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
